ଓଡ଼ିଶାଲାଇଭ୍ ବ୍ୟୁରୋ
ଉପରି ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ଯାହାର ପ୍ରଭାବରେ ବାଙ୍କୀ ଗୟଳବାଙ୍କ ନିକଟରେ ଏକ ଘାଇ ସୃଷ୍ଟି ହୋଇଛି। ଏହି ଘାଇଟି ପ୍ରାୟ ୫୦ ଫୁଟ୍ ଓସାରର ହୋଇଥିବା ସୂଚନା ମିଳିଛି।
ଘାଇ ହୋଇଥିବା ଅଞ୍ଚଳରେ ବନ୍ୟାଜଳ ମାଡ଼ିଯାଇ ଅନେକ ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଜଳ ପ୍ରବାହର ବେଗ ବୃଦ୍ଧି ପାଉଥିବାରୁ ଧୀରେ ଧୀରେ ନଦୀ ବନ୍ଧରେ କ୍ଷୟ ହେବାକୁ ଲାଗିଛି।
ବାଙ୍କୀର ଭଗିପୁର ପଞ୍ଚାୟତର ଗୟଳବାଙ୍କରେ ସୃଷ୍ଟି ହୋଇଥିବା ଏହି ଘାଇର ପ୍ରଭାବରେ ବାଙ୍କୀରୁ ଭୁବନେଶ୍ଵରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟ ପ୍ରଭାବିତ ହେବାନେଇ ଆଶଙ୍କା କରାଯାଉଛି।
ପ୍ରଥମ ପର୍ଯ୍ୟାୟରେ ୫ ଫୁଟ୍ର ଘାଇ ସୃଷ୍ଟି ହୋଇଥିଲା। ପରେ ଜଳ ପ୍ରବାହର ବେଗ ବଢ଼ି ୧୦, ୨୦ ଏବଂ ବର୍ତ୍ତମାନ ସୁଦ୍ଧା ଘାଇର ଓସାର ପ୍ରାୟ ୫୦ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ପ୍ରଶାସନର ଦେଖା ମିଳିନଥିବା ନେଇ ଅଭିଯୋଗ ଆସିଛି।


















