ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୨୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬୧ ଚିହ୍ନଟ ହୋଇଥିଲା ବେଳେ ୧୩୦୬ ଲୋକାଲ କେସ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୧୬ ହଜାର ୬୭୮କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି।

ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ଜଣ, କଟକରୁ ୩୮୪ ଜଣ, ପୁରୀରୁ ୨୩୫ ଜଣ, ରାୟଗଡ଼ାରୁ ୧୬୯ ଜଣ, ଭଦ୍ରକରୁ ୧୩୮ଜଣ, ମୟୁରଭଞ୍ଜରୁ ୧୩୪ ଜଣ, ସୁନ୍ଦରଗଡ଼ରୁ ୧୨୭ ଜଣ, ବରଗଡ଼ରୁ ୧୨୦ ଜଣ, କେନ୍ଦୁଝରରୁ ୧୦୭ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି।

ଗତ କିଛିଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାପରେ କଟକ, ପୁରୀ, ମୟୁରଭଞ୍ଜ ଆଦି ଜିଲ୍ଲାଗୁଡ଼ିକରେ ମଧ୍ୟ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି।BGUରାଜ୍ୟରେ ଏଯାବତ୍ ୧ ଲକ୍ଷ୧୬ ହଜାର ୬୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୭ ହଜାର ୩୫୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କେସ୍ ରହିଛି ୨୮ ହଜାର ୭୪୩।

Comment