ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଅତିରିକ୍ତ ପୋଲିସ କମିସନର ସଞ୍ଜୟ କୁମାର ସିଂ ଡେପୁଟେସନରେ ଯାଉଛନ୍ତି। ସେ ଦିଲ୍ଲୀରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଉପ ମହାନିର୍ଦ୍ଦେଶକ ଭାବେ ଯୋଗ ଦେବେ। ଏନେଇ ଓଡ଼ିଶା ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ନିକଟରେ ସିଂହ ଏନ୍‌ସିବି ଡିଡିଜି ପଦବୀ ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ଆବେଦନ ପାଇବା ପରେ ଗୃହ ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କ ସମ୍ମତି ଚାହିଁଥିଲେ।

ଘଟଣାବଶତଃ, ୧୯୯୬ ବ୍ୟାଚ୍ ଆଇପିଏସ୍ ସିଂହ ବର୍ତ୍ତମାନ କମିସନରେଟ୍ ପୋଲିସରେ ଡ୍ରଗ୍ ଟାସ୍କଫୋର୍ସ ମୁଖ୍ୟ ଅଛନ୍ତି। ତାଙ୍କରି ନେତୃତ୍ୱରେ ବିଗତ କିଛି ଦିନ ମଧ୍ୟରେ ଏକାଧିକ ଡ୍ରଗ୍ କାରବାର ପଏଣ୍ଟକୁ ଛାନଭିନ କରାଯାଇଥିଲା ଓ ଏକାଧିକ  ରାକେଟର ସନ୍ଧାନ ମିଳିଥିଲା।BGUସଞ୍ଜୟ କୁମାର ସିଂଙ୍କ କେନ୍ଦ୍ର ନିଯୁକ୍ତିର ଗୁରୁତ୍ୱ ଏଥିପାଇଁ ରହିଛି ଯେ ଓଡ଼ିଶାରେ ଡ୍ରଗ୍ କାରବାର ନେଇ ବିଭିନ୍ନ ସମୟରେ ଜୋରଦାର ତଲାସି ହୋଇଛି ଓ ଏନ୍‌ଡିପିଏସ୍ ଆକ୍ଟ ଅନୁଯାୟୀ ଅନେକ ଗଞ୍ଜେଇ ଓ ବ୍ରାଉନ ସୁଗାର ମାମଲା ସାମ୍ନାକୁ ଆସିଛି। ନିକଟରେ ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂହ ରାଜପୁତ ହତ୍ୟା ଅଭିଯୋଗରେ ପଚରାଉଚରା କରିବା ବେଳେ ଭୁବନେଶ୍ୱର ଗଞ୍ଜେଇ କାରବାର ବିଷୟ ଚର୍ଚ୍ଚାକୁ ଆସିଥିଲା।

Comment