ଓଡ଼ିଶାଲାଇଭ୍ ବ୍ୟୁରୋ

  • କିଛିଲୋକ କଟକଣା ମାନୁନାହାନ୍ତି
  • ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ଜରୁରୀ
  • କରୋନା ପାଇଁ ରାଜ୍ୟରେ ଅର୍ଥନୀତିକ ସଂକଟ

କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ, ସଟଡାଉନ ଭଳି ବିଭିନ୍ନ ପଦକ୍ଷେପମାନ ଆପଣାଇଛନ୍ତି। ୬ ମାସର ଏହି କଟକଣା ଭିତରେ ବେଶ୍ ପ୍ରଭାବିତ ହୋଇଛି ରାଜ୍ୟର ଅର୍ଥନୀତି। ଜୀବନର ସୁରକ୍ଷା ପାଇଁ ଦୁର୍ବଳ ହୋଇପଡ଼ିଛି ଜୀବିକା। ଏଣୁ ବର୍ତ୍ତମାନ ଉଭୟ ଭିତରେ ସନ୍ତୁଳନ ଆଣିବା ନିହାତି ଜରୁରୀ ବୋଲି ପ୍ରେସମିଟ୍ ଜରିଆରେ କହିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।

“ଦୀର୍ଘ ୬ ମାସର ଲକଡାଉନ, ସଟଡାଉନ ମଧ୍ୟରେ ରାଜ୍ୟର ଅର୍ଥନୀତି ଗଭୀରଭାବେ ପ୍ରବାବିତ ହୋଇଛି। ଜୀବନର ସୁରକ୍ଷାକୁ ଗୁରୁତ୍ଵ ଦେବା ଜୀବିକା ପାଇଁ ବିପଦ ସୃଷ୍ଟି କରିଛି। ସରକାରଙ୍କ ପାଇଁ ଉଭୟ ଗୁରୁତ୍ଵପୂର୍ଣ୍ଣ। ଏଣୁ ଉଭୟଙ୍କ ମଧ୍ୟରେ ସନ୍ତୁଳନ ଲୋଡ଼ା ଅଛି”, କହିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ପାଇଁ ରାଜ୍ୟ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଛନ୍ତି। ସ୍ଵତନ୍ତ୍ର କୋଭିଡ ହସପିଟାଲ ନିର୍ମାଣ କରିବାରେ ଦେଶରେ ଆମ ରାଜ୍ୟ ପ୍ରଥମ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦ଟି କୋଭିଡ ହସପିଟାଲ ହୋଇସାରିଛି। ଯେଉଁଥିରେ ୭୩୨୮ଟି ସ୍ଵତନ୍ତ୍ର ବେଡ୍, ୭୧୦ଟି ଆଇସିୟୁ ବେଡ୍, ୪୭୫ଟି ବେଣ୍ଟିଲେଟର ବେଡ୍ ରହିଛି। ମାତ୍ର କିଛିଲୋକ କଟକଣାକୁ ମାନୁଥିବା ଦେଖିବାକୁ ମିଳୁଛି। ଏପରି ବ୍ୟକ୍ତିମାନଙ୍କ ପାଇଁ ସଂକ୍ରମଣ ବଢୁଛି। ତେଣୁ ଏପରି ବ୍ୟକ୍ତିମାନଙ୍କୁ ସଚେତନ ହେବା ଆବଶ୍ୟକ।BGU

ଘରର ମୁରବୀମାନେ ସେମାନଙ୍କ ଘରର ସଦସ୍ୟଙ୍କୁ ସଚେତନ କରାନ୍ତୁ। ବିନା କାରଣରେ ବାହାରକୁ ଯିବା ଉପରେ ରୋକ୍ ଲଗାନ୍ତୁ। ସେମାନଙ୍କ ଛୋଟିଆ ଭୁଲପାଇଁ ଯେମିତି ପୁରା ପରିବାର ଅସୁବିଧାରେ ନ ପଡୁ, ଏଥିପ୍ରତି ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସେମାନଙ୍କ ପରିବାରର ଅମାନିଆମାନଙ୍କୁ ବୁଝାନ୍ତୁ ବୋଲି ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା କହିଛନ୍ତି।

Comment