ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟର ଆଉ ଜଣେ ବିଧାୟକ। ନବରଙ୍ଗରପୁରର ବିଧାୟକ ସଦାଶିବ ପ୍ରଧାନୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କ ସହିତ ପତ୍ନୀ କୌଶଲ୍ୟା ପ୍ରଧାନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

କିଛି ଦିନ ହେଲା ସଦାଶିବଙ୍କ ପାଖରେ କରୋନାର ଲକ୍ଷଣ ଦେଖାଯାଇଥିଲା। ଏହାପରେ ଦୁହେଁ ପତିପତ୍ନୀ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ୍ ଆସିଛି।BGUବିଧାୟକ ଓ ତାଙ୍କ ପତ୍ନୀ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି। ଏଥିସହ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ବିଧାୟକ କରୋନା ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି।

ଏହାପୂର୍ବରୁ ରାଜ୍ୟର ଆହୁରି ଅନେକ ବିଧାୟକ, ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସୁରେଶ ପୂଜାରୀ, ମଞ୍ଜୁଲତା ମଣ୍ଡଳ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିଲେ।

Comment