ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ବଲିଉଡ କଳାକାର ପରେଶ ରାଓ୍ଵଲ ହେଲେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଅଧ୍ୟକ୍ଷ। ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏଥିପାଇଁ ମନୋନିତ କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଏନେଇ ସୂଚନା ଦେଇଛନ୍ତି।

 ଏନଏସଡିର ଅଧ୍ୟକ୍ଷ ପଦ ପାଇଁ ୩ରୁ ୪ ଜଣ ପ୍ରାର୍ଥୀଙ୍କୁ ମନ୍ତ୍ରାଳୟ ପକ୍ଷରୁ ଚୟନ କରାଯାଇଥିଲା। ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଶ ରାଓ୍ଵଲଙ୍କୁ ଏହି ପଦବୀ ପାଇଁ ମନୋନିତ କରିଛନ୍ତି। ଆଗାମୀ ୪ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ।

 ୨୦୧୭ ମସିହାରୁ ଏନଏସଡିର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଉପ-ଅଧ୍ୟକ୍ଷ ଡକ୍ଟର ଅର୍ଜୁନ ଦେଓ ଏହାର କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ କାର୍ଯ୍ୟ କରି ଆସୁଥିଲେ।

ଗତ ତିନି ଦଶନ୍ଧି ଧରି ବଲିଉଡ ଜଗତରେ ନିଜର ଅଭିନୟ କଳା ପ୍ରଦର୍ଶନ କରିଆସୁଛନ୍ତି। ୧୯୯୪ ମସିହାରେ ଶ୍ରେଷ୍ଠ ସହକଳାକାର ବର୍ଗରେ ଉତ୍ତମ ଅଭିନୟ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ୨୦୧୪ ମସିହାରେ ତାଙ୍କୁ ସମ୍ମାନଜନକ ‘ପଦ୍ମଶ୍ରୀ’ ସମ୍ମାନରେ ଭୂଷିତ କରାଯାଇଥିଲା। ଫିର୍ ହେରାଫେରି, ଅନ୍ଦାଜ୍ ଆପ୍‌ନା ଆପ୍‌ନା, ଓଃ ମାଇଁ ଗଡ୍ ଆଦି ପରେଶଙ୍କର କିଛି ଶ୍ରେଷ୍ଠ ଚଳଚ୍ଚିତ୍ର।BGUକେବଳ ଯେ ଅଭିନୟ ତାହା ନୁହେଁ, ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ ରହିଛନ୍ତି ପରେଶ। ୨୦୧୪ ମସିହାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ପୂର୍ବ ଅହମ୍ମଦାବାଦ୍ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ୩.୨୫ ଲକ୍ଷ ଭୋଟ୍‌ରେ ବିଜୟୀ ହୋଇଥିଲେ ପରେଶ।

Comment