ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆକରି ଓଡ଼ିଶା କଂଗ୍ରେସ ପ୍ରଭାରୀ ନିଯୁକ୍ତ ହୋଇଥିବା ଡକ୍ଟର ଏ ଚେଲ୍ଲା କୁମାରଙ୍କୁ କରୋନା। ଶନିବାର ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଟୁଇଟରେ ସେ ଲେଖିଛନ୍ତି ଯେ, ତାଙ୍କର କରୋନା ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସବୁ ଲୋକମାନେ ନିଜ ନିଜର କରୋନା ଟେଷ୍ଟ କରାଇନିଅନ୍ତୁ। ଏଥିସହିତ ସମସ୍ତେ ସୁରକ୍ଷିତ ରୁହନ୍ତୁ ବୋଲି ସେ ଟୁଇଟ୍ କରିଛନ୍ତି।BGUଶୁକ୍ରବାର ରାତିରେ କଂଗ୍ରେସ ଦଳର ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଯେଉଁଥିରେ ଡକ୍ଟର ଏ ଚେଲ୍ଲା କୁମାରଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଭାବେ ନୂଆକରି ନିଯୁକ୍ତ କରାଯାଇଛି।

Comment