ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଭାରତୀୟଙ୍କ ଚିନ୍ତା ଓ ବ୍ୟଗ୍ରତାର ସ୍ତରକୁ ଶେଷ ସୀମାରେ ପହଞ୍ଚାଇଛି। ଏହି ମହାମାରୀ ଯୋଗୁଁ ପ୍ରତି ଦୁଇ ଜଣରେ ଜଣେ ଭରତୀୟ ଚିନ୍ତାଗ୍ରସ୍ତ ହୋଇପଡ଼ିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।

ଏହି ସର୍ଭେରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ପ୍ରତି ୪ ଜଣ ଲୋକଙ୍କ ଭିତରେ ଜଣେ ଭୀଷଣ ଅବସାଦ ଦେଇ ଗତି କରୁଛନ୍ତି ଓ ସେମାନଙ୍କୁ ଚିକିତ୍ସା ଦରକାର ପଡୁଛି। ଦେଶରେ ଜଣଙ୍କୁ ଛାଡ଼ି ଆଉ ଜଣେ କରୋନା ଯୋଗୁଁ କୌଣସି ନା କୌଣସି ଚିନ୍ତା ଭିତରେ ରହିଥିବା କଥା ଏହି ସର୍ଭେ କହୁଛି।BGUଗତ ଏପ୍ରିଲ ଓ ମେ ମାସରେ କରୋନା ପରବର୍ତ୍ତୀ  ଲୋକଙ୍କ ମାନସିକ ଅବସ୍ଥାକୁ ନେଇ ଏହି ସର୍ଭେ କରାଯାଇଥିଲା।

Comment