ଓଡ଼ିଶାଲାଇଭ୍ ବ୍ୟୁରୋ

“କରୋନା ମୋ ପାଖ ମାଡ଼ି ପାରିବ ନାହିଁ। ମୋ ପାଖରେ ଅଛି ମ୍ୟାଜିକ୍ ଚିପ୍, ୪ ଫୁଟ ଦୂରରୁ କରୋନା ପଳାଇବ”, ମଙ୍ଗଳବାର ଗଣମାଧ୍ୟମ ଆଗରେ କିଛି ଏମିତି ମନ୍ତବ୍ୟ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

“ଏଇଟା ହେଉଛି ମ୍ୟାଜିକ୍ ଚିପ୍, ଜାପାନରୁ ମଗା ହେଇଛି। ମୋ ପୁଅ ଅଛି ବ୍ରହ୍ମପୁର ଟାଟା ଶିତଳାପଲ୍ଲୀର ଫୁଲ୍ ଇନଚାର୍ଜ। ସେ ଏଇଟା ମଗେଇଛି। ଏଇଟା ଥିଲେ ୪ ଫୁଟ୍ ଡିଷ୍ଟାନ୍ସରେ କୋଭିଡ ପେସେଣ୍ଟ ଆସିଲେ ଆମ ପାଖକୁ ତାର ଭାଇରସ୍ ଆସିବନି”, କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ମଙ୍ଗଳବାର ବିଧାନସଭାର ମୌସୁମୀ ଅଧିବେଶନ ପ୍ରସ୍ତୁତି ବୁଲି ଦେଖୁଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏହି ସମୟରେ ତାଙ୍କ ବେକରେ ଏକ ଚିପ୍ ଝୁଲିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ଚିପ୍ ବିଷୟରେ ତାଙ୍କୁ ପ୍ରଶ୍ନ କରିଥିଲେ। ତେବେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହି ଚିପ୍‌ର ରହସ୍ୟ ଖୋଲିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Comment