ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବଢ଼ୁଛି ଅଡ଼ୁଆ। ଅଭିନେତ୍ରୀ ପାୟଲ ଘୋଷଙ୍କୁ ଅସଦାଚରଣ ଅଭିଯୋଗରେ ଗୁରୁବାର ମମ୍ବାଇର ଭରସୋଭା ପୋଲିସ ଷ୍ଟେସନରେ ହାଜର ହେବାକୁ ଅନୁରାଗଙ୍କୁ ସମନ ପଠାଯାଇଛି। ଗୁରୁବାର ଦିନ ୧୧ଟା ବେଳେ ପୋଲିସ ଷ୍ଟେସନରେ ହାଜର ହେବେ ଅନୁରାଗ କଶ୍ୟପ।

ଅନ୍ୟପଟେ ପାୟଲଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଅନୁରାଗଙ୍କ ଓକିଲ। ଅନୁରାଗଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ପାୟଲ ଏଭଳି ଅଭିଯୋଗ ଆଣିଥିବା ସେ କହିଛନ୍ତି।

ପାୟଲଙ୍କ ଅଭିଯୋଗ ଯେ ୨୦୧୫ରେ ସେ କାମ ପାଇଁ ଅନୁରାଗ କଶ୍ୟପଙ୍କ ନିକଟକୁ ଯାଇଥିଲେ। ସେ ସମୟରେ ଅନୁରାଗ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିଲେ।

ନିକଟରେ ସେ ଟୁଇଟ କରି ଏହାର ଖୁଲାସା କରିଥିଲେ। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନ୍ୟାୟ ପାଇଁ ଗୁହାରି କରିଥିଲେ। ପାୟଲ ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ମଧ୍ୟ ଭେଟିଥିଲେ।

Comment