ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ନର୍ମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ପାୟଲ ଘୋଷ। ଏନେଇ ସେ ମୁମ୍ବାଇ ଓ୍ୱସିଆରା ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ରବିବାର ପୁଣି ଥାନାରେ ପହଞ୍ଚିଛନ୍ତି ପାୟଲ। ପୋଲିସ କାହିଁକି ଏଯାଏଁ କୌଣସି ପଦକ୍ଷେପ ନେଇନି ପ୍ରଶ୍ନ କରିବା ସହିତ ସେ ଅନୁରାଗଙ୍କ ଗିରଫ ଦାବି କରିଛନ୍ତି।

ପାୟଲଙ୍କ ଅଭିଯୋଗ ଯେ ୨୦୧୫ରେ ସେ କାମ ପାଇଁ ଅନୁରାଗ କଶ୍ୟପଙ୍କ ନିକଟକୁ ଯାଇଥିଲେ। ସେ ସମୟରେ ଅନୁରାଗ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିଲେ।

ନିକଟରେ ସେ ଟୁଇଟ କରି ଏହାର ଖୁଲାସା କରିଥିଲେ। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନ୍ୟାୟ ପାଇଁ ଗୁହାରି କରିଥିଲେ।

Comment