ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ଭେଟିଛନ୍ତି। ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟି ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ପାୟଲ। ଏଣୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି।

ରାଜ୍ୟପାଳ ତାଙ୍କ ପ୍ରସଙ୍ଗରେ ନିଶ୍ଚୟ ପଦକ୍ଷେପ ଗ୍ରହଣ କରି ତାଙ୍କୁ ନ୍ୟାୟ ଦେବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପାୟଲ କହିଛନ୍ତି। ଏଥସହିତ ରାଜ୍ୟପାଳଙ୍କୁ ଭେଟିବା ସମୟ ଫଟୋ ମଧ୍ୟ ସେ ଟୁଇଟରରେ ପୋଷ୍ଟ କରିଛନ୍ତି।

ପାୟଲଙ୍କ ଅଭିଯୋଗ ଯେ ୨୦୧୫ରେ ସେ କାମ ପାଇଁ ଅନୁରାଗ କଶ୍ୟପଙ୍କ ନିକଟକୁ ଯାଇଥିଲେ। ସେ ସମୟରେ ଅନୁରାଗ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିଲେ। ଏନେଇ ସେ ମୁମ୍ବାଥ ଓ୍ୱାସିଆରା ପୋଲିସ ଷ୍ଟେସନରେ ଏତଲା ମଧ୍ୟ ଦେଇଛନ୍ତି। ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପାୟଲ।

Comment