ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୩ ବର୍ଷ ପରେ ପରଦାକୁ ଫେରିବାକୁ ଯାଉଛନ୍ତି ଅଭିନେତ୍ରୀ ଭାଗ୍ୟଶ୍ରୀ। କଙ୍ଗନାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ଜରିଆରେ ଭାଗ୍ୟଶ୍ରୀଙ୍କର କମବ୍ୟାକ ହେବ। ଏହି ଫିଲ୍ମରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଜଣାପଡ଼ିଛି।

ଭାଗ୍ୟଶ୍ରୀ ତାଙ୍କ ସୋସିଆଲ ମିଡିଆରେ ‘ଥଲାଇଭି’ ସୁଟିଂଙ୍କ ସେଟରୁ  କିଛି ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କୁ  ପୂରା ଟ୍ରାଡିସନାଲ ଲୁକରେ ଦେଖିବାକୁ ମିଳିଛି। ଭାଗ୍ୟଶ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଦୀର୍ଘ ସମୟ ପରେ ଅଭିନେତ୍ରୀଙ୍କୁ ପୁଣିଥରେ ସୁଟିଂ ସେଟରେ ଦେଖି ପ୍ରଶଂସକମାନେ ଖୁସି ଜାହିର କରି ଅଭିନେତ୍ରୀଙ୍କୁ ପ୍ରଶଂସା କରୁଛନ୍ତି।

ତେବେ କଙ୍ଗନାଙ୍କ ଏହି ଫିଲ୍ମ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜୟଲଳିତାଙ୍କ ଜୀବନ ଉପରେ ନିର୍ମିତ ହୋଇଛି। ଏଥିରେ କଙ୍ଗନା ନିଜେ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ପୂର୍ବରୁ ଏହି ଫିଲ୍ମରେ କଙ୍ଗନାଙ୍କ ଲୁକ୍‌କୁ ନେଇ ଢେର ଚର୍ଚ୍ଚା ହୋଇଛି।

ଅନ୍ୟପଟେ ଦୀର୍ଘ ଦିନ ପରେ ପରଦାକୁ ଫେରିବାକୁ ଯାଉଥିବା ଭାଗ୍ୟଶ୍ରୀ ମଧ୍ୟ ଫିଲ୍ମକୁ ନେଇ ବେଶ ଆଶାବାଦୀ ଅଛନ୍ତି। ୨୩ ବର୍ଷ ପୂର୍ବରୁ ଭାଗ୍ୟଶ୍ରୀ ସଲମାନଙ୍କ ସହିତ ଫିଲ୍ମ ‘ମେନେ ପ୍ୟାର କିୟା’ରେ ନଜର ଆସିଥିଲେ। ଏହି ଫିଲ୍ମ ସେ ସମୟରେ ସୁପରହିଟ୍‌ ହୋଇଥିଲା।

Comment