ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ତ୍ରିରଙ୍ଗା ପତାକାକୁ ନେଇ ବିବାଦୀୟ ବୟାନ ପରେ ଏହାକୁ ନେଇ ବିବାଦ ଜୋରଧରିଛି। ସୋମବାର ବିଜେପି କର୍ମୀମାନେ ଜମ୍ମୁ କଶ୍ମୀରରେ ତ୍ରିରଙ୍ଗା ଯାତ୍ରା କରିବା ସହିତ ମେହବୁବା ମୁଫତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି।

ସୋମବାର ଜମ୍ମୁର ବିଜେପି ଅଧ୍ୟକ୍ଷ ରବିନ୍ଦର ରୈନାଙ୍କ ଅଧ୍ୟକ୍ଷତାରେ ଶ୍ରୀନଗରର ଟାଗୋର ହଲରୁ କଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ରାଲି ବାହାରିଥଇଲା। ଏଥିସହ କୁପବାଡାର ବିଜେପି କର୍ମୀମାନେ ଶ୍ରୀନଗରର ଲାଲଚୌକରେ ତ୍ରିରଙ୍ଗା ଉଡାଇବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ତାଙ୍କୁ କାବୁ କରିବା ସହିତ ନିଜେ ହେପାଜତକୁ ନେଇଯାଇଛି।କିଛି ଦିନ ତଳେ ପିଡିପି ମୁଖ୍ୟ ତଥା ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭାରତୀୟ ତ୍ରିରଙ୍ଗା ପତାକାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ, ସେମାନଙ୍କୁ କଶ୍ମୀରର ପତାକା ଫେରାଇ ନଦିଆଯିବା ପର୍ଯ୍ୟନ୍ତ ସେ ତ୍ରିରଙ୍ଗା ପତାକାକୁ ହାତରେ ଧରିବେନି। ମେହବୁବା ମୁଫତିଙ୍କ ଏହି ବୟାନକୁ ନେଇ ଏବେ ବିଜେପି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି।

ରବିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମଧ୍ୟ ପିଡିପି କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏବିଭିପି ଛାତ୍ରନେତାମାନେ ସେଠାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ।

Comment