ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ଏବେ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। କରୋନା କାଳରେ ପିଆଜର ଏହି ଦରବୃଦ୍ଧି ଖାଉଟିଙ୍କୁ ଅଧିକ ଦହଗଞ୍ଜ କରୁଛି। ଅନ୍ୟପଟେ ପିଆଜର ଏହି ଦରବୃଦ୍ଧି ଯୋଗୁ ବିହାର ନିର୍ବାଚନରେ ମଧ୍ୟ ‘ପିଆଜ ପଲିଟିକ୍ସ’ ଦେଖିବାକୁ ମିଳିଲାଣି।

ସୋମବାର ଆରଜେଡି ନେତା ତେଜସ୍ୱୀ ଯାଦବ ନିର୍ବାଚନ ପ୍ରଚାର ସମୟରେ ହାତରେ ପିଆଜ ମାଳ ଧରି ବୁଲିଥିଲେ। ଏଥିସହିତ ତେଜସ୍ୱୀ ପିଆଜ ଦରବୃଦ୍ଧିକୁ ନେଇ ସହିତ ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ତେଜସ୍ୱୀ ଯାଦବ କହିଛନ୍ତି ଯେ, ପିଆଜ ଦର ଏବେ ଶହେ ଟପିଲାଣି। ତେଣୁ ଏହି ପିଆଜ ମାଳ କାହାକୁ ପିନ୍ଧେଇବେ ସେ ତାଙ୍କୁ ଖୋଜୁଛନ୍ତି ବୋଲି କହିଛନ୍ତି।

କିଛି ଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ସମାଲୋଚନା କରିଥିଲେ। ଲକଡାଉନ୍ ସମୟରେ ତେଜସ୍ୱୀ କେଉଁଠି ଥିଲେ ବୋଲି ପ୍ରଶ୍ନ ପଚାରି ନୀତୀଶ କୁମାର ତେଜସ୍ୱୀଙ୍କୁ ଟାର୍ଗେଟ କରିଥିଲେ। ଏବେ ପିଆଜ ଦରବୃଦ୍ଧିକୁ ନେଇ ତେଜସ୍ୱୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରକୁ ଘେରିଛନ୍ତି।

କରୋନା କାଳରେ ବିହାରରେ ନିର୍ବାଚନ ହେଉଛି। ଏଥିପାଇଁ ଆସନ୍ତା ଅକ୍ଟୋବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ଏହି ନିର୍ବାଚନରେ ଜେଡିୟୁ ଓ ବିଜେପି ମେଣ୍ଟ ନିର୍ବାଚନ ଲଢୁଥିବାବେଳେ, ଆରଜେଡି ଓ କଂଗ୍ରେସ ମିଶି ନିର୍ବାଚନ ଲଢୁଛନ୍ତି।

Comment