ଓଡ଼ିଶାଲାଇଭ୍ ବ୍ୟୁରୋ

ଲଦାଖର ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍ ମାରି ଚର୍ଚ୍ଚାକୁ ଆସିଥିବା କୁନି ଶିଶୁକୁ ପୁରସ୍କୃତ କରିଛନ୍ତି ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର। ସେ ନିଜ ତରଫରୁ ଏହି ଛୋଟ ବାଳକକୁ ଅଢ଼େଇ ଲକ୍ଷ ଟଙ୍କା ଦେବା ସହିତ ତା ଦେଶଭକ୍ତିକୁ ପ୍ରଂଶସା କରିଛନ୍ତି।

ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ନାମଗ୍ୟାଲର ଦେଶ ପ୍ରତି ଥିବା ଭଲପାଇବା ଓ ସମ୍ମାନ ଏହି ଭିଡିଓରେ ଦେଖିବାକୁ ମିଳିଛି। ସେ ଯେଉଁଭଳି ଭାବେ ଯବାନମାନଙ୍କୁ ସମ୍ମାନ ଦେଉଛି ତାହା ପ୍ରଂଶସନୀୟ। ତେଣୁ ତାକୁ ସେ ଏହି ପୁରସ୍କାର ଦେଉଛନ୍ତି।

ଅକ୍ଟୋବର ୧୧ ତାରିଖରେ ଲଦାଖର ଚୁସୁଲ ଅଞ୍ଚଳରୁ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଭିଡିଓରେ ନାମଗ୍ୟାଲ ନାମକ ଜଣେ ଛୋଟ ଶିଶୁ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍ ମାରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଆଇଟିବିପି ନିଜ ସୋସିଆଲ୍ ମିଡିଆରେ ସେଆର୍ କରିଥିଲା।

ଏହାପରେ ନାମଗ୍ୟାଲର ଦେଶଭକ୍ତି ଓ ସାଲ୍ୟୁଟ୍ ମାରିବା ଶୈଳୀକୁ ସମସ୍ତେ ପ୍ରଂଶସା କରିଥିଲେ। ଆଜି ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର ଶିଶୁଟିକୁ ସମ୍ମାନିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here