ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଏବଂ ତିର୍ତ୍ତୋଲ ୨ଟି ଆସନରେ ଉପନିର୍ବାଚନ ପାଇଁ ଆଜି ଚାଲିଛି ଭୋଟଗ୍ରହଣ। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜନତା ନିଜ ମତଦାନର ଅଧିକାର ସାବ୍ୟସ୍ତ କରୁଛନ୍ତି। ଉପନିର୍ବାଚନୀ ପ୍ରଚାରରେ ବାଲେଶ୍ଵର ସଦରର ଚର୍ଚ୍ଚିତ ଚେହେରା ପାଲଟିଥିବା ତଥା ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକ ଶୋଭାରାମପୁର ଭୋଟ କେନ୍ଦ୍ରରେ ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି।

ମୁଣ୍ଡରେ ଚନ୍ଦନ ଟିପା, ମୁହଁରେ ମାସ୍କ ଲଗାଇ କରୋନା କଟକଣା ମଧ୍ୟରେ ଭୋଟ ଦେଇଛନ୍ତି ବେଣୁ ମଉସା। ସେହିପରି ବିଜେପି ପ୍ରାର୍ଥୀ ମାନସ ଦତ୍ତ, କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଏବଂ ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ମଧ୍ୟ ଭୋଟ ଦେଇ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ବାଲେଶ୍ୱରରେ ମୋଟ୍ ୩୪୬ଟି ବୁଥ୍‌ରେ ଭୋଟଗ୍ରହଣ ପ୍ରକ୍ରିୟା ଜରି ରହିଛି। ୩୧ଟି ଓ୍ୱାର୍ଡ ଏବଂ ସଦରର ୨୬ ପଞ୍ଚାୟତରେ ମୋଟ୍ ୨ଲକ୍ଷ ୩୦ ହଜାର ୨୯୭ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରୁଛନ୍ତି। କରୋନା କଟକଣା ଭିତରେ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଥର୍ମାଲ ସ୍କ୍ରିନିଂ ପରେ କେବଳ ସୁସ୍ଥ ଭୋଟରମାନଙ୍କୁ ହିଁ ମତଦାନ ପାଇଁ ବୁଥ୍ ଭିତରକୁ ଛଡ଼ାଯାଉଥିବା ଦେଖିବାକୁ ମିଳିଛି।

Comment