ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ଚାରିଆଡ଼େ ଜୋରଦାର ଚର୍ଚ୍ଚା ଲାଗିରହିଛି। ଭୋଟଗଣନା ଚାଲିଥିବାବେଳେ ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ କଡା ଟକ୍କର ଦେଖିବାକୁ ମଳୁଛି। ଏହାରି ଭିତରେ ଆମେରିକାର ରାବିଟ୍ ହଶ ନାମକ ଏକ ଛୋଟ ସହରର ଗୋଟିଏ କୁକୁର ମେୟର ଭାବେ ନିର୍ବାଚନ ଜିତିଛି, ଯାହା ଏବେ ସୋସିଆଲ୍ ମିଡିଆରେ ବହୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ୱିଲବର ବିଷ୍ଟ ନାମକ ଏହି କୁକୁର ଆମେରିକାର ରବିଟ୍ ହଶ ନାମକ ସହରର ନୂଆ ମେୟର ଭାବେ ନିର୍ବାଚିତ ହୋଇଛି। ତାକୁ ୨୨,୯୮୫ ଭୋଟରୁ ୧୩,୩୪୩ ଭୋଟ୍ ମିଳିଥିବା ସୂଚନା ରହିଛି।ରବିଟ ହଶ ହିଷ୍ଟୋରିକାଲ୍ ସୋସାଇଟ୍ ତରଫରୁ ଏନେଇ ଏକ ଫେସବୁକ୍ ପୋଷ୍ଟ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ରବିଟ ହଶରେ ମେୟର ନିର୍ବାଚନ ଶେଷ ହୋଇଛି। ୱିଲବର ବିଷ୍ଟ ସହରର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ରବିଟ ହଶ ଓହିୟୋ ନଦୀର କୂଳରେ ଥିବା ଏକ ଛୋଟ ସହର। ଏଠାକାର ଲୋକମାନେ ୧୯୯୦ ମସିହାରୁ କୁକୁରକୁ ନିଜର ମେୟର ବାଛି ଆସୁଛନ୍ତି। ଏଥିପାଇଁ ନିର୍ବାଚନ ମଧ୍ୟ ହୋଇଥାଏ। ଚଳିତବର୍ଷ ୱିଲବର ବିଷ୍ଟ ନିର୍ବାଚନରେ ମେୟର ଭାବେ ନିର୍ବାଚିତ ହୋଇଛି। ତେବେ ଏଭଳି ପରମ୍ପରା ଭିତରେ ସେଠାକାର ଶାସନ କାର୍ଯ୍ୟ କିପରି ପରିଚାଳିତ ହେଉଛି ସେନେଇ ଅଧିକ ସୂଚନା ମିଳିନାହିଁ।

Comment