ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱିଲ୍‌ ଚେୟାର ବସି ନିଜ ପିଲାବେଳ ପ୍ରେମିକାଙ୍କୁ ବିବାହ କଲେ ଚଣ୍ଡିଗଡ଼ର ରାହୁଲ।

ଅଭିନେତା ଅମୀର ଖାନଙ୍କ ଲୋକପ୍ରିୟ ଫିଲ୍ମ ‘ମନ୍‌’ ତ ଆପଣ ନିଶ୍ଚୟ ଦେଖିଥିବେ। ଭଲ ପାଇବା ଆଗରେ କିଭଳି ଶାରିରୀକ ଅକ୍ଷମତା ହାର ମାନିଥିଲା ଓ ହିରୋଇନଙ୍କୁ କୋଳରେ ଉଠାଇ ଅଗ୍ନି ଚାରିପଟେ ୭ ଥର ବୁଲି ହିରୋ ତାଙ୍କୁ ନିଜର କରିଥିଲେ ତାହା ଦେଖିବାକୁ ମିଳିଥିଲା। ଏ ତ ଥିଲା ଫିଲ୍ମର କାହାଣୀ। କିନ୍ତୁ ଠିକ୍‌ ଏମିତି ଏକ ସତ ଘଟଣା ବି ଦେଖିବାକୁ ମିଳିଛି। ହେଲେ ଏଠି ହିରୋ ନୁହେଁ ବରଂ ହିରୋଇନ ନିଜର ଦିବ୍ୟାଙ୍ଗ ପ୍ରେମିକକୁ ହ୍ୱିଲ ଚେୟାର ଉପରେ ବିବାହ କରି ସାତ ଜନ୍ମର ସାଥୀ କରିଛନ୍ତି। ଚଣ୍ଡିଗଡ଼ରେ ଏହି ନିଆରା ବାହାଘର ସଚ୍ଚା ଭଲ ପାଇବାର ଉଦାହରଣ ପାଲଟିଛି।

ଏମାନଙ୍କ ପ୍ରେମ କାହାଣୀ ମଧ୍ୟ କୌଣସି ଫିଲ୍ମର କାହାଣୀଠାରୁ କମ୍‌ ନୁହେଁ। ୨୦୦ ମସିହାରୁ ଉଭୟ ପରସ୍ପରକୁ ଜାଣନ୍ତି। ମାତ୍ର ନଅ ବର୍ଷ ବୟସରେ ଉଭୟେ ଫତେହଗଡରେ ପଡ଼ୋଶୀ ଭାବରେ ପରିଚିତ ହୋଇଥିଲେ। ୨୦୦୮ରୁ ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କଲେ। ସେବେଠୁ ଉଭୟ ପରସ୍ପରକୁ ଭଲ ପାଉଥିଲେ।

୨୦୧୬ ମସିହାରେ ଏକ ଦୁର୍ଘଟଣା ରାହୁଲଙ୍କ ଜୀବନ ବଦଳାଇ ଦେଇଥିଲା। ରାହୁଲ ଚାକରି ପାଇଁ ତାଙ୍କ ସାଙ୍ଗ ସହ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ। ରାସ୍ତାରେ ସେମାନଙ୍କ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ରାହୁଲ ଗଭୀର ଆହତ ହୋଇଥିଲେ।

ସାଙ୍ଗମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ହେତୁ ଶରୀରର ତଳ ଅଂଶ ସଂପୂର୍ଣ୍ଣ ପାରାଲାଇସ୍ଡ ହୋଇଯାଇଥିଲା। ଏହାପରେ ବି ଅନାମିକା ତାଙ୍କ ସାଥ୍‌ ଛାଡ଼ିନଥିଲେ। କିନ୍ତୁ ରାହୁଲ ଓ ଅନାମିକାଙ୍କ ବାହଘର ପାଇଁ ଦୁହିଁଙ୍କ ପରିବାର ରାଜି ହେଉନଥିଲେ। ଦୁହେଁ ବହୁ ଥର ବୁଝାଇବା ପରେ ଏବେ ଏହି ବାହାଘର ସମ୍ପନ୍ନ ହୋଇଛି।

ଅନ୍ୟପଟେ କିଛି ଦିନ ପୂର୍ବରୁ ରାହୁଲ ଚଣ୍ଡିଗଡ଼ର ସେକ୍ଟର ୨୮ରେ ଦିବ୍ୟାଙ୍ଗଙ୍କ ପାଇଁ ଥିବା ପୁନର୍ବାସ କେନ୍ଦ୍ର ନିଜର ଚିକିତ୍ସା କରାଉଛନ୍ତି। ଏବେ ସେ ଟିକିଏ ସୁସ୍ଥ ହୋଇଛନ୍ତି।

Comment