ଓଡ଼ିଶାଲାଇଭ୍ ବ୍ୟୁରୋ

ଆତଙ୍କବାଦୀ ସଙ୍ଗଠନ ‘ଲସ୍କର-ଏ-ତଇବା’ର ଅପରେସନ୍ କମାଣ୍ଡର ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆତଙ୍କବାଦୀ ଜକିଉର ରେହମାନ ଲଖବୀକୁ ପାକିସ୍ତାନରେ ୧୫ ବର୍ଷ ଜେଲଦଣ୍ଡ ଶୁଣାଯାଇଛି। ଆତଙ୍କବାଦୀମାନଙ୍କୁ ଟଙ୍କା ଯୋଗାଣ କରୁଥିବା ଏକ ମାମଲାର ଶୁଣାଣି କରି ପାକିସ୍ତାନ ଆଣ୍ଟି ଟେରରିଜିମ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଜକିଉର ରେହମାନ ଉପରେ ଆତଙ୍କବାଦୀମାନଙ୍କୁ ଟଙ୍କା ଯୋଗାଉଥିବା ଅଭିଯୋଗ ରହିଥିଲା। ଏହି ଟଙ୍କାରେ ଆତଙ୍କବାଦୀ ସଙ୍ଗଠନ ନୂଆ ଆତଙ୍କାବାଦୀମାନଙ୍କୁ ଟ୍ରେନିଂ ଦେଉଥିଲେ ବୋଲି ଜଣାପଡ଼ିଥିଲା। ଏହାପରେ ଗତ କିଛି ଦିନ ତଳେ ତାକୁ ଗିରଫ କରାଯାଇଥିବାବେଳେ ଶୁକ୍ରବାର ତାକୁ ଜେଲ ଦଣ୍ଡାଦେଶ ଶୁଣାଯାଇଛି।

ଜକିଉର ରେହମାନକୁ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ମଧ୍ୟ କୁହାଯାଏ। ତା’ ନିର୍ଦ୍ଦେଶ ମୁତାବକ ଆତଙ୍କବାଦୀମାନେ ମୁମ୍ବାଇ ସହରରେ ୨୦୦୮ ମସିହାରେ ତାଣ୍ଡବଲୀଳା ରଚିଥିଲେ। ଏଥିରେ ଅନେକ ସାଧାରଣ ଜନତାଙ୍କ ସହ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଥିଲା। ଆତଙ୍କବାଦୀମାନେ ଦୀର୍ଘ ସମୟ ଧରି ମୁମ୍ବାଇର ତାଜ ହୋଟେଲକୁ ବନ୍ଦୀ କରି ରଖିଥିଲେ।

Comment