ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ପରୀର ମା’ ସୌଦାମୀନି ସାହୁ। ପରୀ ହତ୍ୟା ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ସଂସ୍ଥା ସିବିଆଇକୁ ଦିଆଯାଉ ବୋଲି ଦାବି କରି ବୁଧବାର ସର୍ବୋଚ୍ଚ ନ୍ୟାୟଳୟରେ ସୌଦାମୀନି ଆବେଦନ କରିଛନ୍ତି।

ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଦିନକୁ ଦିନ ରୋଚକ ମୋଡ଼ ନେବାରେ ଲାଗିଛି। ତଦନ୍ତକାରୀ ଦଳ ଏସଆଇଟି ହତ୍ୟାକାରୀକୁ ଗିରଫ କରିଥିବା ବେଳେ ଏସଆଇଟି ତଦନ୍ତ ଉପରେ ସନ୍ତୁଷ୍ଟ ନାହାନ୍ତି ପରୀର ପରିବାର। ସେମାନଙ୍କ କହିବା ମୁତାବକ ଜଣେ ନିର୍ଦ୍ଦୋଶକୁ ଏସଆଇଟି ଗିରଫ କରି ତାଙ୍କୁ ଫସାଇଛନ୍ତି। କିନ୍ତୁ ପରୀର ଅସଲି ହତ୍ୟାକାରୀ ଏବେ ବି ଖୋଲାରେ ବୁଲୁଛି।

ତେଣୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଗଲେ ଏହାର ଉଚିତ୍ ତଦନ୍ତ ହେବା ସହ ଅସଲି ହତ୍ୟାକାରୀ ଧରାଯାଇ ପାରିବ ବୋଲି ପରୀର ପରିବାର ଲୋକେ ଆଗରୁ କହି ସାରିଛନ୍ତି। ଏଥିପାଇଁ ବୁଧବାର ପରୀର ମା’ ସୌଦାମୀନି ସାହୁ ପରୀ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି।

Comment