ଓଡ଼ିଶାଲାଇଭ୍‌ ବ୍ୟୁରୋcorona icmr ne guidelines

ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଏପରିସ୍ଥଳେ କରୋନାକୁ ପୁଣିଥରେ ମାଡ଼ିବାରୁ ଅଟକାଇବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ମାସର ଗାଇଡଲାଇନ ଜାରି କରିଛନ୍ତି। ଏଥିରେ କରୋନା ନିରୀକ୍ଷଣ ଏବଂ ସତର୍କତା ପାଇଁ ବର୍ତ୍ତମାନ ପ୍ରଚଳିତ ନିୟମାବଳୀ ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ବୋଲି କୁହାଯାଇଛି।

  • ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ ରାଜ୍ୟର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି।
  • କଣ୍ଟେନମେଣ୍ଟ ଅଞ୍ଚଳରେ କରୋନା ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।
  • ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ନିୟମ ବଳବତ୍ତର ରଖାଯିବ।
  • କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲ, କଲେଜରେ ପାଠପଢ଼ା ହେବ।
  • ବାହାଘର ଏବଂ ଅନ୍ତିମ ଯାତ୍ରାରେ ସମସ୍ତେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ।

Comment