ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛିଦିନର ବ୍ୟବଧାନ ପରେ ଏବେ ପୁଣି କରୋନା ମିଟର ଉପରକୁ ଉଠୁଛି। ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୫୦ ହଜାର ଟପିଛି। ଏହସହିତ ବିଟ୍ରେନ ଷ୍ଟ୍ରେନ, ବ୍ରାଜିଲ ଷ୍ଟ୍ରେନ ମଧ୍ୟ ଚିନ୍ତା ବଢ଼ାଇଛି। ଏଭଳିସ୍ଥିତିରେ ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି।

ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିକଟରେ ଯଦି ଜ୍ୱର, ସର୍ଦ୍ଦି ଭଳି ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ସରକାରଙ୍କ ସହ ସମ୍ପର୍କ କରିବା ଆବଶ୍ୟକ। ଏହା ଅନ୍ୟ ଲୋକମାନଙ୍କୁ କିଭଳି ବ୍ୟାପିବ ନାହିଁ ତାହାକୁ ଦୃଷ୍ଟିରେ ରଖି ଗୋଟିଏ ଘରେ ନିଜକୁ ସୀମିତ ରଖିବେ। ନିଜକୁ ସଙ୍ଗରୋଧ କରିବା ସହ ପରିବାର ସଦସ୍ୟଙ୍କଠାରୁ ଦୂରେଇ ରହିବା ଦରକାର।

ସେହିପରି ସଂକ୍ରମିତଙ୍କଠାରୁ କିଭଳି ନିଜକୁ ଦୂରେଇ ରଖିବେ, ପରିବାର ସଦସ୍ୟ ଏହାପ୍ରତି ଦାୟିତ୍ୱବାନ ହେବା ଦରକାର। ପରିବାରର ସମସ୍ତ ଲୋକ ନିୟମିତ ବ୍ୟବଧାନରେ ହାତ ଧୋଇବେ। ନିଜକୁ ତଥା ଘରକୁ ପରିଷ୍କାର ପରିଚ୍ଛନ ରଖିବେ। ଏହାସହିତ ସଂକ୍ରମିତ ବ୍ୟକ୍ତି କିଭଳି ନିଜକୁ ଏକୁଟିଆ ମନେ ନକରିବେ ସେନେଇ ଯତ୍ନବାନ ହେବେ।

Comment