ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ସରକାରୀ ତଥ୍ୟ ଅନୁସାରେ ଆଜି ଦେଶରେ ଦେଢ଼ ଲକ୍ଷରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୨୭ହଜାର ୫୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୨ହଜାର ୭୯୫ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୧ଲକ୍ଷ ୭୫ହଜାର ୦୪୪ରେ ପହଞ୍ଚିଛି। ସେହିପରି ନୂଆ ମୃତକଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୩୧ହଜାର ୮୯୫ରେ ପହଞ୍ଚିଛି। ଏବେ ଦେଶରେ ୧୮ଲକ୍ଷ ୯୫ହଜାର ୫୨୦ଆକ୍ଟିଭ କେସ୍‌ ରହିଛି। ସେହିପରି ୨୪ ଘଣ୍ଟାରେ ୨ଲକ୍ଷ ୫୫ହଜାର ୨୮୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୨କୋଟି ୫୯ଲକ୍ଷ ୪୭ହଜାର ୬୨୯ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୨୧କୋଟି ୬୦ଲକ୍ଷ ୪୬ହଜାର ୬୩୮ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। ଏଯାବତ୍‌ ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି।

Comment