ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ଵରେ ପାନାମା ପେପର ଲିକ୍ ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି। ପାନାମା ପେପର ଲିକ୍ ଘଟଣାରେ ଦେଶ ବିଦେଶର ବହୁ ସେଲିବ୍ରିଟି, ବ୍ୟବହସାୟୀ ତଥା ବହୁ ଜଣାଶୁଣା ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ହୋଇଛି। ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ, ଅଜୟ ଦେବଗନ ଓ ବିଜୟ ମାଲ୍ୟା ଆଦି ଛନ୍ଦି ହୋଇଛନ୍ତି। ଏହି ପାନାମା ପେପର କ’ଣ? ପାନାମା ଓ ପାନାମା ପେପର ମଧ୍ୟରେ କେଉଁ ସମ୍ପର୍କ ରହିଛି ତାହା ଜାଣିବା।

ଏହି ପାନାମା ପେପର?

ପାନାମା ପେପର ହେଉଛି ଏକ ଡକ୍ୟୁମେଣ୍ଟ ବା ଦସ୍ତାବିଜ। ଯେଉଁଥିରେ ବିଦେଶରେ ରହିଥିବା କଳାଧନ ବା କଳା କାରବାର ସମ୍ପର୍କୀତ ସମସ୍ତ ତଥ୍ୟ ଉଲ୍ଲେଖ ରହିଥାଏ। ପାନାମା ହେଉଛି ଉତ୍ତର ଏବଂ ଦକ୍ଷିଣ ଆମେରିକାକୁ ଭୂ-ମାର୍ଗ ଦ୍ଵାରା ସଂଯୋଗ କରୁଥିବା ଏକ ଦେଶ। ପାନାମାର ଏକ ଆଇନଗତ କମ୍ପାନୀ ରହିଛି ଯାହାର ନାମ ‘ମୋସାକ ଫୋନସେକା’। ଏହି କମ୍ପାନୀ ବିଭିନ୍ନ ଦେଶର ଲୋକଙ୍କୁ ବେଆଇନ ଭାବେ ଟ୍ୟାକ୍ସ ଫାଙ୍କିବାରେ ସହଯୋଗ କରିଥାଏ। ଖାଲି ଏତିକି ନୁହେଁ ଏହି କମ୍ପାନୀ କଳାଧନକୁ ଧଳା କରିବାର ବ୍ୟବସ୍ଥା କରିଥାଏ।

ମୋସାକ ଫୋନସେକାକିଭଳି କାମ କରିଥାଏ?

ମୋସାକ ଫୋନସେକା ହେଉଛି  ପାନାମା ଦେଶର ଏକ ଆଇନଗତ ସଂସ୍ଥା । ଏହା  ଅର୍ଥ ପରିଚାଳନା(ମନି ମ୍ୟାନେଜମେଣ୍ଟ)ର କାମ କରିଥାଏ। ଯଦି କାହା ପାଖରେ ଅପର୍ଯ୍ୟାପ୍ତ ଧନ ରହିଛି ଏବଂ ସେମାନେ ଏହାକୁ ସଠିକ ସ୍ଥାନରେ ମହଜୁଦ କରି ରଖିବାକୁ ଚାହୁଁଥାନ୍ତି, ତେବେ ଏହି କମ୍ପାନୀ ସମ୍ପୂର୍ଣ୍ଣ ଭାବେ ସେମାନଙ୍କୁ ସହାୟତା କରିଥାଏ। କଳାଧନ ରଖିଥିବା ବ୍ୟକ୍ତିଙ୍କ ଫର୍ଜି କମ୍ପାନୀ ଖୋଲିବା ସହ ସେହି କମ୍ପାନୀର କାଗଜପତ୍ରର ହିସାବ ମୋସାକ ଫୋନସେକା ରଖିଥାଏ। ଅନ୍ୟ ପଟେ କହିବାକୁ ଗଲେ ପାନାମା ଦେଶର ଅର୍ଥବ୍ୟବସ୍ଥା ‘ମୋସାକ ଫୋନସେକା’ ଉପରେ ନିର୍ଭର କରିଥାଏ। ଏହି କମ୍ପାନୀ ପ୍ରାୟ ୪୨ଟି ଦେଶରେ ସକ୍ରିୟ ରହିଛି। ଏହି କମ୍ପାନୀରେ ୬ଶହର ଊର୍ଦ୍ଧ୍ଵ କର୍ମଚାରୀ କାର୍ଯ୍ୟରତ। କିଛି କିଛି ଦେଶରେ ଏହି କମ୍ପାନୀର ଶାଖା ମଧ୍ୟ ରହିଛି। ‘ଟ୍ୟାକ୍ସ ହେଭେନ’ କୁହାଯାଉଥିବା ଦେଶ ସ୍ବୀଜରଲ୍ୟାଣ୍ଡ, ସାଇପ୍ରସ ଏବଂ ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡ, ଜର୍ସି ଆଦିରେ ଏହି କମ୍ପାନୀ କାମ କରୁଛି।

ପାନାମାପାନାମା ସହର କନେକ୍ସନ:

ପାନାମା ପେପର ଲିକ୍ ମାମଲା ପରେ ପାନାମା ନାମରେ ଥିବା ସହର ବିଷୟରେ କିଛି ଖାସ୍ କଥା ଜାଣିବାକୁ ମିଳିଛି। ଐଶଙ୍କୁ ପାନାମା ପେପର ଲିକ୍ ମାମଲାରେ ଇଡି ସମନ ଜାରି କରିବା ପରେ ପାନାମା ପୁଣି ଚର୍ଚ୍ଚାକୁ ଆସିଥିଲା। ଉତ୍ତର ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ରହିଥିବା ଦେଶର ନାମ ହେଉଛି ପାନାମା। ଏହି ଦେଶର ଏକ ଆଇନଗତ ସଂସ୍ଥା ରହିଛି, ଯାହାର ନାମ ମୋସାକ ଫୋନସେକା। ୧୯୭୭ ମସିହାରେ ଏହି କମ୍ପାନୀର ସ୍ଥାପନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ଵରେ ୪୦ଟି ଦେଶରେ ଏହି କମ୍ପାନୀର କାର୍ଯ୍ୟାଳୟ ରହିଛି। ବିଦେଶରେ କଳାଧନକୁ ସୁରକ୍ଷିତ ରଖିବା ଏବଂ ଧଳା କରିବାର ଦାୟିତ୍ଵ ମୋସାକ ଫୋନସେକା ନେଇଥିଲା। କମ୍ପାନୀର ହଜାର ହଜାର ଗୁପ୍ତ ଗ୍ରାହକଙ୍କ ଡକ୍ୟୁମେଣ୍ଟକୁ ପାନାମା ନାମରେ ନାମିତ କରାଗଲା। ଏହି ପେପର ଗୁଡିକୁ ହ୍ୟାକ୍ କରି ୨୦୧୩ ମସିହାରେ ତଥ୍ୟ ଚୋରି କରାଯାଇଥିଲା। କମ୍ପାନୀ ଅନେକ କଳାଧନ ସଞ୍ଚୟକାରୀଙ୍କ ଟ୍ୟାକ୍ସ ଫାଙ୍କିବା ସମ୍ପର୍କରେ ଜଣାପଡ଼ିଥିଲା।

କେମିତି ଏହାର ନାଁ ପାନାମା ହେଲା:

ପାନାମା ନିଜ ଦେଶରେ ଥିବା ସମୁଦ୍ର ତଟକୁ ନେଇ ବେଶ୍ ପରିଚିତ। ପ୍ରଥମେ ପାନାମା ସ୍ପେନର ଉପନିବେଶ ଥିଲା। ପରେ ଗ୍ରାନ କଲୋମ୍ବିଆରେ ମିଶିଯାଇଥିଲା। କିନ୍ତୁ ପରେ ଏହା ବିଭାଜିତ ହୋଇଯାଇଥିଲା। ପାନାମାକୁ ଅଲଗା କରିବା ପାଇଁ ଦାବି ହେବା ପରେ ଏହାକୁ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଲା। ପାନାମାର କରେନ୍ସି ଡଲାର ରହିଛି। ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ପାନାମା ରହିଥିବାରୁ ଏଠାରେ ଆଫ୍ରିକା, ସ୍ପେନ, ଆମେରିକା ଆଦି ଦେଶର ସଂସ୍କୃତିର ପ୍ରଭାବ ଦେଖିବାକୁ ମିଳେ।

ଦୁଇଟି ସ୍ଵତନ୍ତ୍ରତା ଦିବସ ପାଳନ କରେ ପାନାମା:

ପାନାମା ଦୁଇଟି ସ୍ଵତନ୍ତ୍ରତା ଦିବସ ପାଳନ କରିଥାଏ। କାରଣ ୧୮୨୧ରେ ପାନାମାକୁ ସ୍ପେନରେ ପ୍ରଥମ ସ୍ଵାଧୀନତା ମିଳିଥିଲା। ଏହି ସମୟରେ ପାନାମା ସହିତ ଅନ୍ୟ ଦେଶ ମଧ୍ୟ ରହିଥିଲା। ଏହା ପରେ ୧୯୦୩ରେ ପାନାମା ପୁନର୍ବାର ସ୍ଵାଧୀନତା ପାଇଥିଲା। କୋଲାମ୍ବିଆଠାରୁ ଅଲଗା ହୋଇ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିଥିଲା।

ଇଡି ଜାଲରେ ଐଶ୍ଵର୍ଯ୍ୟା ରାୟ ବଚ୍ଚନ

ପାମାନା ପେପର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦଶୋଳୟ(ଇଡି) ପକ୍ଷରୁ ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ ଜାରି କରାଯାଇଥିଲା। ଐଶଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଇଡି ଡକିଥିଲା। କିନ୍ତୁ କାର୍ଯ୍ୟାଳୟରେ ହାଜର ହେବା ପାଇଁ ଐଶ୍ଵର୍ଯ୍ୟା ଆଉ ଏକ ତାରିଖ ମାଗିଥିଲେ। ବାରମ୍ବାର ତାରିଖ ଘୁଞ୍ଚାଇବା ପରେ ଇଡି ତାଙ୍କୁ ୬ଘଣ୍ଟା ଜେରା କରିଥିଲା। କେବଳ ଐଶ୍ଵର୍ଯ୍ୟା ନୁହନ୍ତି ଅଭିଷେକ ବଚ୍ଚନଙ୍କୁ ମଧ୍ୟ ଇଡି ପକ୍ଷରୁ ଏନେଇ ସମନ ଜାରି କରାଯାଇଛି। ବଲିଉଡ ଅଭିନେତା ଅଜୟ ଦେବଗନ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି।

ପାନାମା ପେପର ଲିକ୍ ମାମଲାରେ ମୋସାକ ଫୋନସେକା ନାମକ କମ୍ପାନୀର ଲିଗାଲ ଡକ୍ୟୁମେଣ୍ଟ ପଦାରେ ପଡିଥିଲା। ଏହାର ଡାଟା ଜର୍ମାନ ନ୍ୟୁଜପେପରରେ ଗତ ୨୦୧୬ ଏପ୍ରିଲରେ ପ୍ରକାଶିତ ହୋଇଥିଲା। ଏଥିରେ ଭାରତ ସହ ଦୁଇଶହଟି ଦେଶର ରାଜନେତା, ବ୍ୟବସାୟୀ, ସେଲେବ୍ରିଟଙ୍କ ନାଁ ସାମିଲ ଥିଲା। ସମସ୍ତଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗ ରହିଛି। ଏହି ଖବର କାଗଜରେ ୧୯୭୭ଠାରୁ ୨୦୧୫ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଉପସ୍ଥାପିତ ହୋଇଥିଲା। ତାଲିକାରେ ପ୍ରାୟ ୩ଶହ ଭାରତୀୟଙ୍କ ନାମ ସାମିଲ ରହିଛି।

ତାଲିକାରେ ପଳାତକ ଏବଂ ମୋଷ୍ଟ  ଓ୍ଵାଣ୍ଟେଡ :

ଦେଶର ପୂର୍ବତନ ସଲିସିଟର ଜେନେରା ଏବଂ ସୁପ୍ରିମ କୋର୍ଟ ଓକିଲ ହରୀଶ ଶାଲଓ୍ଵେ, ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ମୋଷ୍ଟ ଓ୍ଵାଣ୍ଟେଡ କ୍ରିମିନାଲ ଇକବଲ ମିର୍ଚିଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ଏହି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଥିଲା। କିନ୍ତୁ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ପାଇଁ ମଲ୍ଟି ଏଜେନ୍ସି ଗ୍ରୁପ(ଏମଏଜି) ଗଠନ କରିଥିଲେ। ଏଥିରେ ସିବିଡିଟ, ଆରବିଆଇ, ଇଡି ଏବଂ ଏଫାଇୟୁକୁ ସାମିଲ କରାଯାଇଥିଲା। କଳାଧନ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଏମଏଜି ବିବରଣୀ କେନ୍ଦ୍ର ସରକାର ଏବଂ ଏସଆଇଟିକୁ ପ୍ରଦାନ କରିଥିଲା।

Comment