ଓଡ଼ିଶାଲାଇଭ ବ୍ୟୁରୋ

ଯୁଦ୍ଧର ଦଶମ ଦିନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଘୋଷଣା। ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିଛି ରୁଷ।  ଭାରତୀୟ ସମୟ ପୂର୍ବାହ୍ନ ୧୧.୩୦ରୁ ଦୁଇ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଛି। ୟୁକ୍ରେନର ଦୁଇ ସହରରେ ଅସ୍ତ୍ରବିରତି ଘୋଷଣା କରିଛି ରୁଷ। ମାରିୟୋପୋଲ ଓ ବୋଲେନୋବାଖା ସହରରେ ଅସ୍ତ୍ରବିରତି। ଏହି ଦୁଇ ସହରରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ନକରିବା ପର୍ଯ୍ୟନ୍ତ ଆକ୍ରମଣ କରିବନି ରୁଷ । ଲୋକଙ୍କୁ ଯୁଦ୍ଧ କ୍ଷେତ୍ରରୁ ଉଦ୍ଧାର କରିବା ପାଇଁ ହେବ ଗ୍ରୀନ କରିଡର । ଏହି ଦୁଇ ସହରରେ ଭାରତ ସମେତ ବିଭିନ୍ନ ଦେଶର ବହୁ ନାଗରିକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରୁଷ ଅସ୍ତ୍ରବିରତି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୧୦ ଦିନ ଧରି ଉଭୟ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ୟୁଦ୍ଧ ଜାରି ରହିଛି । ଏଥିରେ ହଜାର ହଜାର ସୈନ୍ୟ ଓ ନାଗରିକ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଉଭୟ ଦେଶ ମଧ୍ୟରେ ଦ୍ୱିତୀୟ ସ୍ତରୀୟ ଆଲୋଚନା ହୋଇଥିଲା। ତୃତୀୟ ପର୍ଯ୍ୟାୟ ଆଲୋଚନା ଶନିବାର କିମ୍ବା ରବିବାର ହୋଇପାରେ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ ଫେବ୍ରୁଆରୀ ୨୪ରେ ୟୁକ୍ରେନ ବିପକ୍ଷରେ ସ୍ୱତନ୍ତ୍ର ସେନା କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି ରୁଷ । ୟୁକ୍ରେନର ବିଭିନ୍ନ ସହର ଉପରେ ମିଜାଇଲ ଓ ରକେଟ ମାଡ କରାଯାଉଛି। ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା। ଅପରେସନ ଗଙ୍ଗା ମାଧ୍ୟମରେ ହଜାର ହଜାର ଭାରତୀୟ ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରୁଛନ୍ତି।

Comment