ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଫାଷ୍ଟଟ୍ରାକ୍ କୋର୍ଟ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ ସହ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ବିଚାରପତି ବିରଞ୍ଚି କୁମାର ରଥ ଶରଣକୁଳ ଥାନା ହରିହରପୁର ଗାଁର ମନୋଜ କୁମାର ପ୍ରଧାନଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି। ପୀଡ଼ିତାଙ୍କୁ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।

ଓଡ଼ଗାଁ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହେବା ପରେ ହରିହରପୁର ଗାଁର ମନୋଜ ପ୍ରଧାନକୁ ଗତ ୨୦୧୪ ମସିହାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୁଷ୍କର୍ମ ଶିକାର ହୋଇଥିବା ନାବାଳିକାକୁ ଶିଶୁ ସୁରକ୍ଷା ଗୃହରେ ରଖାଯାଇଥିଲା।

ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ନୟାଗଡ଼ ଫାଷ୍ଟଟ୍ରାକ୍ କୋର୍ଟରେ ଏହାର ବିଚାର ଚାଲିଥିଲା। ବିଚାରପତି ବିରଞ୍ଚି କୁମାର ରଥ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଗତ ଶନିବାର ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଆଇନଜୀବୀ ଅମିୟ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

Tags: #MinorGirl #Kidnap #Rape #mprisonment #NayagarhCourt

LEAVE A REPLY

Please enter your comment!
Please enter your name here