ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୌରପାଳିକାର ବିଭିନ୍ନ ୱାର୍ଡରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଦୌଡ଼ ପ୍ରତିଯୋଗିତା ଏବଂ ଲେମନ୍ ସ୍ପୁନ ପ୍ରତିଯୋଗିତା କରାଯାଇଥିଲା। ସେହିପରି ବିଭିନ୍ନ ୱାର୍ଡର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା, ମ୍ୟୁଜିକ ଚେୟାର ଏବଂ ଲେମନ୍ ସ୍ପୁନ ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୌର କାର୍ଯ୍ୟାଳୟର ରାମ ଶଙ୍କର ଦାସ ପରିଚାଳନା କରିଥିବାବେଳେ ବିରଞ୍ଚି ନାରାୟଣ ମିଶ୍ର ସହଯୋଗ କରିଥିଲେ।

ସେହିପରି ପୌରପାଳିକା ପାରିଷଦ ଓ କାର୍ଯ୍ୟାଳୟ କର୍ମଚାରୀମାନଙ୍କ ମଧ୍ୟରେ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୌର ଅଧ୍ୟକ୍ଷ କୁନୁ ନାୟକ, ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ପ୍ରତିଯୋଗିତାରେ କାଉନସିଲରମାନେ ବିଜୟୀ ହୋଇଥିଲେ। ମହିଳା କାଉନସିଲର ଏବଂ ମହିଳା କର୍ମଚାରୀମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର, ଲେମନ୍ ସ୍ପୁନ ଏବଂ ଦୌଡ଼ି ଟଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 

ସମସ୍ତ ପ୍ରତିଯୋଗିତାକୁ ପୌରପାଳିକାର ଜ୍ୟୋତି ପରିଚ୍ଛା ପରିଚାଳନା କରିଥିବାବେଳେ ଟୁନା ଦାସ, ସାନୁ ପ୍ରହରାଜଙ୍କ ସହ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଭଲିବଲ୍ ପ୍ରତିଯୋଗିତାର କାଉନସିଲର ଏ. ସତିଶ, ନଗେନ୍ଦ୍ର ପଟ୍ଟନାୟକ, ଅମିତ ପ୍ରଧାନ, କେଶବ ରାଜୁ, ଅଲେଖ ସୌରା, ସୋମେଶ ଖରା, ରାମ ହରିଜନ ଏବଂ ମୁରଲି କ୍ରିଷ୍ଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଲେମନ୍ ସ୍ପୁନ, ଦୌଡ଼ି ଟଣା ଏବଂ ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର, କାଉନସିଲର ଶର୍ମିଷ୍ଠା ଦେଓ, ଗୀତାଞ୍ଜଳି ଯାଦବ, ଉଷାରାଣୀ, ମମତା ମହାରଣା, ସନ୍ତୋଷୀ ଜାନୀ ଏବଂ ଏମ. ରାଜେଶ୍ୱରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Tags: #Competition #MusicChair #LemonSpoon #SwayatShasanDiwas #Nabarangpur

Comment