ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ସରକାରୀ ଆଇଟିଆଇ ପରିସରରେ ଆନ୍ତର୍ଜାତିକ ସ୍ଵେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏହି ଦିବସରେ ଆଇଟିଆଇ କ୍ୟାମ୍ପସ ପରିସର ମଧ୍ୟରେ ସଫେଇ କାର୍ଯ୍ୟ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସରକାରୀ ଆଇଟିଆଇ ଫୁଲବାଣୀର ଅଧ୍ୟକ୍ଷ ଇଂଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ଵେଚ୍ଛାସେବୀ ମନୋଭାବ ଗ୍ରହଣ କରି ସମାଜର ଉନ୍ନତି ଦିଗରେ କାମ କରିବା ପାଇଁ ଆହ୍ଵାନ ଦେଇଥିଲେ।

ସ୍ଵେଚ୍ଛାସେବୀ ଦିବସ କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୁଇଜ୍ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଅଧ୍ୟାପକ ପ୍ରଶାନ୍ତ ମିଶ୍ର, ଦୀପକ ରଂଜନ ପାଢ଼ୀ, ସତ୍ୟବ୍ରତ ପାଣିଗ୍ରାହୀ, ସ୍ମୃତି ରଞ୍ଜନ ଦାସ, କୁମାର ଗୌରବ ମହାପାତ୍ର ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Tags: #Internationalsocialworkersday #Phulbani #GovernmentITI #NehruYouthAssociation

Comment