ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜୟପୁର ଗସ୍ତରେ ଯାଇ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଇଣ୍ଟିଗ୍ରେଟେଡ ସ୍ଫୋର୍ଟସ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କାମ ନେଇଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖୁବଶୀଘ୍ର ଜୟପୁରରେ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ କହିଛନ୍ତି ବାରମ୍ବାର ମ୍ୟାପ ପରିବର୍ତ୍ତ ସହ କୋଭିଡ ମହାମାରୀ ପାଇଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିଲା। ୨୦୨୩ ଜାନୁଆରି ମାସ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ଆଗକୁ ଜୟପୁରଠାରେ ଯେଉଁ କଂପ୍ଲେକ୍ସ ନିର୍ମାଣ ହେବ ସେଥିରେ ସୁଇମିଙ୍ଗ ପୁଲ, ଜାତୀୟ ସ୍ତରୀୟ ଫୁଟବଲ ଗ୍ରାଉଣ୍ଡ, ଇଣ୍ଡୋର ଷ୍ଟାଡିୟମ, ବାସ୍କେଟ ବଲ, ହଷ୍ଟେଲ ଆଦି ରହିବ ବୋଲ କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

Tags: #Jeypure #SportsandYouthServices #TusarKantiBehera #SportsComplex #SportsHostel

Comment