ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଭବନର ‘ମୁଗଲ ଗାର୍ଡେନ’ର ନାଁ ବଦଳିଛି। ‘ମୁଗଲ ଗାର୍ଡେନ’ ଏବେ ‘ଅମୃତ ଉଦ୍ୟାନ’ ଭାବେ ପରିଚୟ ପାଇବ। ନିଜର ସୌନ୍ଦର୍ଯ୍ୟ ପାଇଁ ସ୍ଵତନ୍ତ୍ର ପରିଚୟ ବହନ କରିଛି ରାଷ୍ଟ୍ରପତି ଭବନର ‘ମୁଗଲ ଗାର୍ଡେନ’। ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି।

‘ମୁଗଲ ଗାର୍ଡେନ’ରେ ରହିଛି ୧୩୮ ପ୍ରକାରର ଗୋଲାପ ଫୁଲ, ୧୦ ହଜାରରୁ ଅଧିକ ଟ୍ୟୁଲିପ ବଲ୍ସ ଏବଂ ୭୦ଟି ଭିନ୍ନ ଭିନ୍ନ ପ୍ରଜାତିର ପ୍ରାୟ ୫ ହଜାର ପ୍ରଜାତିର ଫୁଲ ରହିଛି। ଏହି ଗାର୍ଡେନକୁ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ଲାଗି ଖୋଲିଥିଲେ। ସେବେଠାରୁ ପ୍ରତିବର୍ଷ ବସନ୍ତ ଋତୁରେ ସାଧାରଣ ଲୋକଙ୍କ ଲାଗି ଏହ ଗାର୍ଡେନକୁ ଖୋଲାଯାଇଥାଏ।

ବ୍ରିଟିଶ ଶାସନ ସମୟରେ ପ୍ରାୟ ୧୫ ଏକର ଜମିରେ ଏହି ଗାର୍ଡେନର ନିର୍ମାଣ କରାଯାଇଥିଲା। ମୁଗଲ ଗାର୍ଡେନକୁ ଦେଶର ରାଷ୍ଟ୍ରପତି ଭବନର ଆତ୍ମା ବୋଲି କୁହାଯାଏ। ମୁଗଲ ଗାର୍ଡେନର ଗୋଟିଏ ଅଂସ ବିଭିନ୍ନ କିସମର ଗୋଲାପ ଫୁଲ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ପାଇଛି। ଇଂରେଜ ବାସ୍ତୁବିତ ସର ଏଡଓ୍ଵାର୍ଡ ଲୁଟିୟନ୍ସଙ୍କ ଦ୍ଵରା ରାଷ୍ଟ୍ରପତି ଭବନ ଏବଂ ମୁଗଲ ଗାର୍ଡେନକୁ ଡିଜାଇନ କରାଯାଇଥିଲା। ବର୍ତ୍ତମାନ ମୁଗଲ ଗାର୍ଡେନ ‘ଅମୃତ ଉଦ୍ୟାନ’ ଭାବେ ପରିଚିତ ହେବ।

Tags: #RastrapatiBhawan #MughalGarden #AmritUdyan

Comment