ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଦ୍ଵିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛନ୍ତିସୁପ୍ରିମ‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.ଏମ୍‌. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟ୍ରିବ୍ୟୁନାଲ୍ ରବିବାର ଦିନ ଛତିଶଗଡ଼ର ଦୁର୍ଗ ଜିଲ୍ଲା‌ରେ ଥିବା କୁମହାରୀ ଆନିକଟଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲେମେ ୩ ତାରିଖ ଯାଏଁ ଟ୍ରିବ୍ୟୁନାଲଙ୍କ ଏହି କ୍ଷେତ୍ର ପରିଦର୍ଶନ ଚାଲିବ 

ଦ୍ଵିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବା ପୂର୍ବରୁ ଟ୍ରିବ୍ୟୁନାଲ୍ ରାୟପୁରଠାରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗର ଟିମ୍ ସହ ବୈଠକ କରିଥିଲେଏହାପରେ ରବିବାର ଦିନ ଟ୍ରିବ୍ୟୁନାଲ୍ କୁମ୍‌ହାରୀ ଆନିକଟଠାରୁ ବିଳାସପୁର ନିକଟସ୍ଥ ତାଲଦେୱରି ହସଦେବ ଆନିକଟ ଯାଏଁ କ୍ଷେତ୍ର ପରିଦର୍ଶନ  କରିଛନ୍ତି  

ଏହି କ୍ଷେତ୍ର ପରିଦର୍ଶନ ସମୟରେ ଛତିଶଗଡ଼ର ଜଳ ସମ୍ପଦ ବିଭାଗର ଟିମ୍ ଟ୍ରିବ୍ୟୁନାଲ୍ ଆଗରେ ଛତିଶଗଡ଼ର ବ୍ୟାରେଜ୍ ଓ ଆନିକଟରେ ଅତି କମ୍ ପରିମାଣରେ ଜଳସଞ୍ଚୟ ହେଉଥିବା ଅଭିଯୋଗ କରିଥିଲେ। ମହାନଦୀ ଜଳକୁ ନେଇ ଓଡ଼ିଶା ମିଥ୍ୟା ଅଭିଯୋଗ କରୁଛି ବୋଲି ସେମାନେ କହିଥିଲେଓଡ଼ିଶା ଜଳ ସମ୍ପଦ ବିଭାଗର ଟିମ୍ ଛତିଶଗଡ଼ର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ 

ଅନ୍ୟପଟେ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ଛତିଶଗଡ଼ ଜାଣି ଶୁଣି ପାଣି ଛାଡ଼ିଥିବା ଓଡ଼ିଶାର ଅଧିକାରୀମାନେ ଅଭିଯୋଗ କରିଥିଲେଏଥିରେ ଛତିଶଗଡ଼ର ଅଧିକାରୀମାନେ ରାଗି ଯାଇଥିଲେଏହାପରେ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା

ମହାନଦୀ ଟ୍ରିବ୍ୟୁନାଲଙ୍କ ଏହି ଦ୍ଵିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ମେ’ ମାସ ୩ ତାରିଖ ଯାଏଁ ଚାଲିବସୋମବାର ଦିନ ଟ୍ରିବ୍ୟୁନାଲ୍  ଛତିଶଗଡ଼ର ଅର୍ପା ଭଇଁଷାଝର, ବାଙ୍ଗୋ ଓ ଦରରି ବ୍ୟାରେଜ୍ ବୁଲିଦେଖିବେ। ଏହାପରେ ମଙ୍ଗଳବାର ଦିନ ଉପର ମହାନଦୀ ମୁଖ୍ୟ ଅବବାହିକା, ବସନ୍ତପୁର ବ୍ୟାରେଜ, କଲ୍‌ମା ବ୍ୟାରେଜ୍‌ ଦେଖି ଟ୍ରିବ୍ୟୁନାଲ ଓଡ଼ିଶାକୁ ପ୍ରବେଶ କରିବେ

ଶେଷରେ ବୁଧବାର ଦିନ ଟ୍ରିବ୍ୟୁନାଲର ସଦସ୍ୟମାନେ ଝାରସୁଗୁଡ଼ା ଆଖପାଖ ଅଞ୍ଚଳରେ ମହାନଦୀ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ଏହାପରେ ସେମାନେ ଝାରସୁଗୁଡ଼ାରୁ ଦିଲ୍ଲୀ ଫେରିଯିବେ 

ଏହାପୂର୍ବରୁ ମହାନଦୀ ଟ୍ରିବ୍ୟୁନାଲ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଥିଲେଏପ୍ରିଲ ୧୯ ତାରିଖରୁ ଏପ୍ରିଲ ୨୩ ତାରିଖ ଯାଏଁ ଚାରି ଦିନ ଏହି କ୍ଷେତ୍ର ପରିଦର୍ଶନ ଚାଲିଥିଲା

Tags: #MahanadiWaterDispute #MahanadiWaterTribunal #Odisha #Chhattisgarh #WaterDispute

 

Comment