ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ। ଗୁରୁବାର ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏ ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଯୁକ୍ତ ୨ କଳା ସହ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ମଧ୍ୟ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଗତ ମେ’ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ।

ଯୁକ୍ତ ୨ ବିଜ୍ଞାନରେ ପାସହାର ୮୪.୯୩ ପ୍ରତିଶତ ହୋଇଥିବାବେଳେ ବାଣିଜ୍ୟରେ ପାସହାର ରହିଥିଲା ୮୧.୧୨ ପ୍ରତିଶତ। ଉଭୟ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜି ମାରିଥିଲେ। ଆସନ୍ତାକାଲି ପ୍ରକାଶ ପାଇବାକୁ ଥିବା କଳା ପରୀକ୍ଷା ଫଳକୁ ନେଇ ବେଶ୍ ଆଶାବାଦୀ ରହିଛନ୍ତି ଛାତ୍ରଛାତ୍ରୀ।

Tags: #Plus2ArtsResult #Education #Examination #Plus2ArtsExam2023

Comment