ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ଵ ବ୍ରେନ ଟ୍ୟୁମର ଦିବସ। ବ୍ରେନ ଟ୍ୟୁମରର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ ୮ ତାରିଖକୁ ଏହି ଦିବସ ପାଳନ କରାଯାଏ।

ମଣିଷ ଶରୀରର ଗଠନ ଯେତେ ଜଟିଳ, ଶରୀରର ବିଭିନ୍ନ ଅଙ୍ଗରେ ହେଉଥିବା ରୋଗଗୁଡ଼ିକ ମଧ୍ୟ ସେତିକି ଗମ୍ଭୀର। ଏହିପରି ଏକ ଗମ୍ଭୀର ରୋଗ ହେଉଛି ବ୍ରେନ ଟ୍ୟୁମର। ଏହି ଟ୍ୟୁମର୍ ମଧ୍ୟ ସାଂଘାତିକ ହୋଇପାରେ। ଲୋକଙ୍କର ବ୍ରେନ ଟ୍ୟୁମର ବିଷୟରେ ଜାଣିବାର ଆଶ୍ୟକତା ରହିଛି।

ପ୍ରତିବର୍ଷ ଗୋଟିଏ ଥିମକୁ ନେଇ ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ବ୍ରେନ ଟ୍ୟୁମରର ଲକ୍ଷଣ, କାରଣ ଏବଂ ଚିକିତ୍ସା ବିଷୟରେ ଲୋକଙ୍କୁ ସଚେତନା କରାଯାଏ। ଚଳିତ ବର୍ଷର ଥିମ ରହିଛି ‘ନିଜକୁ ସୁରକ୍ଷିତ ରଖିବା – ବିଷାଦଠାରୁ ଦୂରେଇ ରହିବା’।

୨୦୦୦ ମସିହାରେ ଏହି ଦିନଟି ପ୍ରଥମେ ପାଳନ କରାଯାଇଥିଲା। ଏହା ଜର୍ମାନ ବ୍ରେନ୍ ଟ୍ୟୁମର ଆସୋସିଏସନ୍ ଡଏଚ୍ ହିରନଟ୍ୟୁମରହିଲ୍ଫ୍ ଦ୍ୱାରା ଆରମ୍ଭ କରାଯାଇଥିଲା। ୧୯୯୮ ମସିହାରେ ଗଠନ ହୋଇଥିବା ଏହି ଆସୋସିଏସନ ଜୁନ ୮ ତାରିଖରୁ ବ୍ରେନ ଟ୍ୟୁମର ଦିବସ ପାଳନ କରିବାକୁ ଘୋଷଣା କରିଥିଲା।

Tags: #WorldBrainTumorDay #ProtectYourselfKeepAawayFromStress #OdiaHealthTips #HealthyLife

Comment