ଓଡ଼ିଶାଲାଇଭ୍ ବ୍ୟୁରୋ

ପିଲାଙ୍କ ସହ ସବୁବେଳେ କଥା ହେବା ଅଭ୍ୟାସ କରନ୍ତୁ, ଯେପରି ସେମାନେ ନିଜ ଭାବନାକୁ ସହଜରେ ପ୍ରକାଶ କରିପାରିବେ।  

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କେବଳ ବଡ଼ ଲୋକମାନେ ମାନସିକ ଭାବେ ବିଷାଦଗ୍ରସ୍ତ ହେଉଛନ୍ତି ତା’ ନୁହେଁ, ଛୋଟ ପିଲାମାନେ ମଧ୍ୟ ଖୁବ୍ ଚାପଗ୍ରସ୍ତ ହେଉଛନ୍ତି। ପିଲାଦିନରୁ ସେଥିପ୍ରତି ଦୃଷ୍ଟି ନ ରଖିଲେ ତାହା ପରେ ମାନସିକ ଅବସାଦର ରୂପ ନେଇପାରେ।

ପିଲାଙ୍କ ସହ ସବୁ ସମୟରେ କଥା ହେବା ଅଭ୍ୟାସ କରନ୍ତୁ। ଏହାଦ୍ୱାରା ସେମାନେ ସେମାନଙ୍କର ଭାବନାକୁ ଆପଣଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ସହଜ ଅନୁଭବ କରିବେ।

ସ୍କୁଲ, କଲେଜରେ ପିଲାଙ୍କ ସମୟ କିପରି ବିତୁଛି, ସେମାନଙ୍କ ସହ ଆଉ କିଏ କିଏ ସାଙ୍ଗ ହେଉଛନ୍ତି ତାହା ପଚାରି ବୁଝନ୍ତୁ।

ସମୟ ସମୟରେ ପିଲାମାନଙ୍କ ବନ୍ଧୁଙ୍କୁ ବି ଘରକୁ ଡାକନ୍ତୁ। ଏହାଦ୍ୱାରା ପିଲା ଓ ଆପଣଙ୍କ ମଧ୍ୟରେ ଆତ୍ମୀୟତା ବଢ଼ିବ। ଯାହାକି ପିଲାର ମାନସିକ ଚାପକୁ କମାଇବ।

ଅନ୍ୟ କାହା ସହିତ କେବେ ହେଲେ ନିଜ ପିଲାକୁ ତୁଳନା କରନ୍ତୁ ନାହିଁ। ବିଶେଷ କରି ସାଙ୍ଗମାନଙ୍କ ସାମ୍ନାରେ ତୁଳନା କରିବା ଅନୁଚିତ। ଏହାଦ୍ୱାରା ପିଲା ହୀନମନ୍ୟତାର ଶିକାର ହୋଇଥାଏ।

ନିଜର ଟେନସନ ଯୋଗୁଁ ପିଲାଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ। ସମସ୍ୟାରେ ଥିଲେ ମଧ୍ୟ ପିଲାଙ୍କ କଥା ଶୁଣନ୍ତୁ।

ଘରେ ଜେଜେବାପା ଓ ଜେଜେମା’ଙ୍କ ପରି ବୟସ୍କ ଲୋକଙ୍କ ସହିତ ପିଲା ଯେପରି ମିଶିପାରିବ ସେଥିପ୍ରତି ଧ୍ୟାନ ଦେବା ଦରକାର। ଏପରିହେଲେ ଆପଣଙ୍କ ଅନୁପସ୍ଥିତିରେ ମଧ୍ୟ ପିଲା ସେମାନଙ୍କ ସହ କଥା ସେୟାର କରିପାରିବ।

Tags: #ChildMentalHealth #Depression #PreventDepression #ChildCare

Comment