ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମାତୃତ୍ୱ ଭଗବାନଙ୍କର ଶ୍ରେଷ୍ଠ ଓ ସୁନ୍ଦରତମ ସୃଷ୍ଟି। ଏହି ସମୟରେ ମା’ ସୁସ୍ଥ ରହିଲେ ଗର୍ଭସ୍ଥ ଶିଶୁ ମଧ୍ୟ ସୁସ୍ଥ ରହିଥାଏ। ତେଣୁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଯତ୍ନ ନେବା ସହ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ। ଏହା ସହିତ ସନ୍ତୁଳିତ ଆହାର ଏବଂ ଆବଶ୍ୟକ ମୁତାବକ ପାଣି ପିଇବା ଜରୁରୀ ବୋଲି ଡାକ୍ତର କୁହନ୍ତି।

ଗର୍ଭାବସ୍ଥାରେ ମହିଳାମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିଶେଷ କରି ଏହି ସମୟରେ ଅଣ୍ଟା ବିନ୍ଧିବା ଏବଂ ପାଦ ଫୁଲିବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ।

ତେବେ ଗର୍ଭାବସ୍ଥାରେ କହିଁକି ଫୁଲିଯାଏ ପାଦ ଏବଂ କେମିତି କରିବେ ଏହାର ଚିକିତ୍ସା? ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱପ୍‌ନିତା ହୋତା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #pregnancey #swelling #treatment #odiahealthtips #doctorsadvice

Comment