ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସ୍କ୍ରବ୍‌ ଟାଇଫସକୁ ନେଇ ଚିନ୍ତା ବଢ଼ିବାକୁ ଲାଗିଛି। ରାଜ୍ୟରେ ପ୍ରତିଦିନ ନୂଆ ନୂଆ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହେଉଛନ୍ତି। ଦୁଇ ତିନୋଟି ଜିଲ୍ଲାକୁ ଛାଡ଼ିଲେ ଅନ୍ୟ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହେଉଥିବା କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨,୮୨୦ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ୨୨,୦୭୭ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।

ସ୍କ୍ରବ ଟାଇଫସ୍ ସ୍ଥିତି ସମୀକ୍ଷା କରିବାକୁ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ବୁର୍ଲା ମେଡିକାଲରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ। ଟେଷ୍ଟିଂ ବଢ଼ାଇବା ସହ ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ରୀୟ ଟିମ୍ ରାଜ୍ୟକୁ ପରାମର୍ଶ ଦେଇଛି। ଏଲିସା ଟେଷ୍ଟିଂ ପ୍ରକୃତ ସ୍କ୍ରବ ଟାଇଫସ୍ ରୋଗ ଚିହ୍ନଟ କରି ପାରିବ ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

Comment