ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ବାଉଁଶିଆପଡ଼ା ଗାଁରେ ଗୁରୁବାର ଦିନ ଘଟିଛି ବଡ଼ ଅଘଟଣ। ଗାଧୋଇବାକୁ ଯିବା ବେଳେ ନଦୀରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦ୍ୱିତୀକୃଷ୍ଣ ସେଠୀଙ୍କ ୮ ବର୍ଷର ପୁଅ ସାଇ ସେଠୀ ଓ ୧୨ ବର୍ଷୀୟ ଝିଅ କାଜଲ ସେଠୀ।

ଗୁରୁବାର ସକାଳେ ସାଇ ଏବଂ କାଜଲ କୁସୁମା ନଦୀ ବନ୍ଧକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଦୁହେଁ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ସାଇ ଏବଂ କାଜଲଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ପିଲାଙ୍କ ମୃତ୍ୟୁକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Tags: #Nayagarh #KusumaRiver #Baunsiapara #Death

LEAVE A REPLY

Please enter your comment!
Please enter your name here