ଓଡ଼ିଶାଲାଇଭ୍ ବ୍ୟୁରୋ
ଉଷୁମ ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଉଷୁମ ପାଣି ଶରୀରର ସମସ୍ତ ଅଙ୍ଗକୁ ଠିକ୍ ଭାବେ କାର୍ଯ୍ୟକାରୀ କରିଥାଏ। ତେବେ ଜାଣନ୍ତୁ, ପ୍ରତିଦିନ ଉଷୁମ୍ ପାଣି ପିଇଲେ କ’ଣ ସବୁ ଫାଇଦା ମିଳିଥାଏ।
- ଉଷୁମ ହଳଦୀ ପାଣି ପିଇଲେ ହଜମ କ୍ରିୟାରେ ଉନ୍ନତି ଘଟିଥାଏ।
- ସକାଳୁ ଉଠି ଖାଲିପେଟରେ ହାରାହାରି ୪ ଗ୍ଲାସ ଉଷୁମ ପାଣି ପିଇବା ଉଚିତ ଏବଂ ପ୍ରାୟ ୪୫ ମିନିଟ୍ ପର୍ୟ୍ୟନ୍ତ କିଛି ଖାଇବା ଉଚିତ ନୁହେଁ। ୧୦ଦିନ ଉଷୁମ ପାଣି ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ।
- ୩୦ ଦିନ ପର୍ୟ୍ୟନ୍ତ ଲଗାତର ଉଷୁମ ପାଣି ପିଇବା ଦ୍ୱାରା ମଧୁମେହ ଓ ରକ୍ତ ଚାପ ନିୟନ୍ତ୍ରଣ ରହିଥାଏ।
- ଉଷୁମ ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା ନରମ ରହିଥାଏ।
- ଉଷୁମ ପାଣିରେ ମହୁ ମିଶାଇ ପିଇଲେ ଶରୀରକୁ ଶକ୍ତି ମିଳେ।
- ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଶରୀରରେ ସର୍କରା ମାତ୍ରା ନିୟନ୍ତ୍ରଣ ରହିବା ସହିତ ଚର୍ବି କମିଥାଏ।
- ଉଷୁମ ପାଣି ପିଇବା ଦ୍ୱାରା ପାଚନ କ୍ରିୟା ଆହୁରି ସକ୍ରିୟ ହୋଇଥାଏ। ଶରୀରରେ ଥିବା ମେଟାବୋଲିଜିମକୁ କମାଇବାରେ ଏହା ସାହାଯ୍ୟ କରିଥାଏ।
- ଛାତିରେ ପୋଡ଼ାଜଳା ହେଉଥିଲେ ସକାଳୁ ଉଷୁମ ପାଣି ପିଅନ୍ତୁ।
- ଥଣ୍ଡାରୁ ନାକ ବନ୍ଦ କିମ୍ବା ତଣ୍ଟିରେ ଦରଜ ଅନୁଭୂତ ହେଉଥିଲେ ଉଷୁମ ପାଣି ପିଇଲେ ଆରାମ ଲାଗିଥାଏ।
- ସକାଳେ ଗରମ ପାଣି ପିଇବା ଦ୍ୱାରା ଶରୀରର ଓଜନ ହ୍ରାସ ହୋଇଥାଏ।
- ଉଷୁମ ପାଣି ପିଇଲେ ହାଡ଼ ଶକ୍ତ ରହିଥାଏ।
- ପ୍ରତିଦିନ ଉଷୁମ ପାଣି ପିଇଲେ ନିଦ୍ରାହୀନତା ରୋଗ ଦୂର ହୁଏ।
- ମୁହଁରେ ବ୍ରଣ ହେଉଥିଲେ ପ୍ରତିଦିନ ଉଷୁମ ପାଣି ପିଅନ୍ତୁ।
- ଉଷୁମ ପାଣି ପିଇଲେ ପିତ୍ତ ଦୋଷ ଦୂର ହୋଇଥାଏ।