ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଫିଲ୍ମ ନିର୍ମାତା ଅମୀୟ ପଟ୍ଟନାୟକଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଛି।
ବିଶିଷ୍ଟ ଫିଲ୍ମ ନିର୍ମାତା ଅମୀୟ ପଟ୍ଟନାୟକଙ୍କ ଦିଲ୍ଲୀର ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।
ଶନିବାର ଦିନ ଅମୀୟ ପଟ୍ଟନାୟକଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହେବ। ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ଚିକିତ୍ସା ପାଇଁ ତାଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ତାଙ୍କ ମୃତ ଶରୀରକୁ ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଛି। ତାଙ୍କ ମର ଶରୀର ନୟାପଲ୍ଲୀସ୍ଥିତ ବାସଭବନରେ ରଖାଯାଇଛି।
ସେ ଓଡ଼ିଆ ଫିଲ୍ମ ଜଗତର ଜଣେ ଜଣାଶୁଣା ଫିଲ୍ମ ନିର୍ମାତା ଥିଲେ। ସେ ‘ମମତା ମାଗେ ମୂଲ’, ‘ହାକିମ ବାବୁ’, ‘ପୁଅ ମୋର କଳା ଠାକୁର’, ‘ପରଦେଶୀ ବାବୁ’, ଓ ‘ଚକା ଆଖି ସବୁ ଦେଖୁଛି’ ଭଳି ବହୁ ସୁପରହିଟ୍ ଓଡ଼ିଆ ଫିଲ୍ମ ନିର୍ମାଣ କରିଥିଲେ।
ଆନ୍ତର୍ଜାତୀୟ ଓ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କାରପ୍ରାପ୍ତ ଫିଲ୍ମ ‘ତୁଳସୀ ଅପା’ର ମଧ୍ୟ ପ୍ରଯୋଜନା କରିଥିଲେ। ଅମୀୟ ପଟ୍ଟନାୟକଙ୍କ ବିୟୋଗରେ ଓଲିଉଡରେ ଶୋକରେ ଛାୟା ଖେଳିଯାଇଛି।