ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଲିସ ୟୁନିଫର୍ମକୁ ନେଇ ଏବେ ଦେଶ ସାରା ନୂଆ ନିୟମ ଲାଗୁ ହୋଇଛି। ଏଣିକି ପୋଲିସ କର୍ମଚାରୀ ଆଉ ଖାକି ପୋଷାକରେ ନଜରକୁ ଆସିବେ ନାହିଁ।
ଦୀର୍ଘ ୫ ବର୍ଷ ଧରି ଗବେଷଣା କରିବା ପରେ ଅହମ୍ମଦାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ୍(ଏନ୍ଆଇଡି) ସ୍ମାର୍ଟ ୟୁନିଫର୍ମ ତିଆରି କରିଛି। ଏହାକୁ ଦେଶର ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ପୋଲିସ, ପାରା ମିଲିଟାରୀ ଫୋର୍ସ ପରିଧାନ କରିବେ।
ପୋଲିସମାନଙ୍କ ପାଇଁ ସାର୍ଟ, ପ୍ୟାଣ୍ଟ, ବଲେଟ୍, ଟୋପି, ଇନସିଗ୍ନିଆ, ଜୋତା, ଜ୍ୟାକେଟ୍, ରେନକୋର୍ଟ, ହେଡଗିୟର ଆଦି ସହ ୯ ପ୍ରକାର ୟୁନିଫର୍ମ ଆଦିର ନମୁନା ପ୍ରସ୍ତୁତ କରାଯାଇଛି।
ପୂର୍ବରୁ ଖାକି ପୋଷାକକୁ ନେଇ ପୋଲିସ ବିଭାଗ ପ୍ରଶ୍ନ ଉଠାଇଥିଲା। ସେମାନେ କହିଥିଲେ ଯେ, ପୋଷ୍ଟମ୍ୟାନ୍, ନଗରପାଳ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ମଧ୍ୟ ଖାକି ପୋଷାକ ପିନ୍ଧୁଛନ୍ତି। ଏଣୁ ସେମାନଙ୍କଠାରୁ ପୋଲିସ ପୋଷାକ ଭିନ୍ନ ହେବା ଦରକାର।
ଏହାକୁ ଦୃଷ୍ଟିରେ ରଖି ନୂଆ ପୋଷାକ ତିଆରି କରାଯାଇଛି। ଯାହା କୀଟାଣୁ ଏବଂ ଧୂଳି ନିରୋଧୀ।
Tags: Police, Odisha Police, Police Uniform, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment