ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ୧୧୪ଟି ବ୍ଲକ ପ୍ରଭାବିତ ହୋଇଛି। ରାଜ୍ୟର ମରୁଡ଼ି ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ୨୫ଟି ବ୍ଲକରେ ସ୍ଥିତି ସଙ୍ଗୀନ ରହିଛି। ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି ସମ୍ପର୍କରେ ପଞ୍ଚାୟତଓ୍ବାରୀ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦଶେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
କୃଷି ବିଭାଗ କହିଛି, ରାଜ୍ୟରେ ସ୍ବାଭାବିକ ବର୍ଷାର ପରିମାଣ ୧,୧୪୪.୩ ମିଲିମିଟର ରହିବା କଥା। ହେଲେ ୧୦୨୮.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକଠାରୁ ୧୦.୧ ପ୍ରତିଶତ କମ୍। ୧୪୮ ବ୍ଲକରେ ୩ ସପ୍ତାହ ହେଲା ଆଦୌ ବର୍ଷା ହୋଇନି।
କୃଷି ମନ୍ତ୍ରୀ ଡାକ୍ତରା ଦାମୋଦର ରାଉତ କହିଛନ୍ତି,”ମରୁଡ଼ି ସ୍ଥିତି ଆକଳନ କରିବାକୁ କୃଷି ବିଭାଗ ଅଧିକାରୀଙ୍କୁ କୁହାଯାଇଛି। ସେମାନେ ତଥ୍ୟ ଦେବା ପରେ ପଦକ୍ଷେପ ନିଆଯିବ।
ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି,”ସମସ୍ତ ଜିଲ୍ଲାପାଳଙ୍କୁ ଅକ୍ଟୋବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ଆସିବା ପରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।”

 

LEAVE A REPLY

Please enter your comment!
Please enter your name here