ଓଡ଼ିଶାଲାଇଭ୍ ବ୍ୟୁରୋ

ଅଶାନ୍ତି ହୋଇଯାଇଛି ସିଲ୍‌ଭରସିଟି କଟକ। ରାଜାବଗିଚା ଅଞ୍ଚଳର ଦୁଇ ସାହି ମଧ୍ୟରେ ଘଟିଛି ଗଣ୍ଡଗୋଳ। ସର୍ବାଦୟପୁର ଏବଂ ନାୟକ ସାହିର ଲୋକେ ହୋଇଛନ୍ତି ମୁହାଁମୁହିଁ। ପୂଜା ଭସାଣରୁ ଲାଗି ରହିଥିବା ଚାପା ଉତ୍ତେଜନା ଆଜି ଉଗ୍ରରୂପ ଧାରଣ କରିଛି। ସାହିର ସୀମାକୁ ନେଇ ଏହି ବିବାଦ ଲାଗି ରହିଛି। ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ କମିଶନର ୱାଇ ବି ଖୁରାନିଆ ଏବଂ କଟକ ଡିସିପି ଅଖିଳେଶ୍ୱର ସିଂ ଘଟଣାସ୍ଥଳକୁ ଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଏହି ଦୁଇ ସାହି ମଧ୍ୟ ବିବାଦ ଲାଗି ରହିଥିଲା। ସୀମା ସମସ୍ୟାକୁ ନେଇ ଉଭୟ ସାହିର ଲୋକେ ବିଗତ ଦିନରେ ମୁହାଁମୁହିଁ ହୋଇଥିଲେ। ତେବେ ପୂଜା ଭସାଣ ବେଳେ ପୂର୍ବ ବିବାଦ ଉଗ୍ରରୂପ ଧାରଣ କରିଥିଲା। ମେଢ଼ ଯିବାକୁ କେନ୍ଦ୍ର କରି ଉଭୟ ସାହି ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଉଭୟ ସାହିର ଲୋକ ଭସାଣି ଦିନ ହାତାହାତି ହୋଇଥିଲେ। ଫଳରେ ଜଣେ ଆହତ ହୋଇଥିଲେ। କଟକ ଡିସିସି ଅଖିଳେଶ୍ୱର ସିଂ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଆଜି ଅଚାନକ ପୂର୍ବ ଘଟଣାକୁ କେନ୍ଦ୍ରକରି ଉଭୟ ସାହି ମୁହାଁମୁହିଁ ହୋଇଛନ୍ତି। କାଚ ବୋତଲ ଓ ଢ଼େଲା ମାଡ଼ ଯୋଗୁଁ କଟକ ଅଶାନ୍ତ ହୋଇଯାଇଛି। ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଯାଇଥିବା ପୁରୀଘାଟ ଓ ବାଦାମବାଡ଼ି ଥାନା ଅଧିକାରୀ ମଧ୍ୟ କାଚ ବୋତଲ ଓ ଢେଲା ମାଡ଼ରୁ ବାଦ୍‌ ପଡ଼ିନାହାନ୍ତି। ପୋଲିସ ଉଭୟ ଗୋଷ୍ଠୀର ୨୫ ଜଣଙ୍କୁ ଅଟକ ରଖିଛି।

 

 

LEAVE A REPLY

Please enter your comment!
Please enter your name here