ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୧୮ ବର୍ଷରୁ କମ୍ ବୟସର ପତ୍ନୀଙ୍କ ସହ ଶାରୀରିକ ଅପରାଧ ରଖିବା ଅପରାଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଣେ ନାବାଳିକା ପତ୍ନୀ ଏନେଇ ଅଭିଯୋଗ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ରାୟ ଦେଶର ୨.୩ କୋଟି ନାବାଳିକା ପତ୍ନୀଙ୍କ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବ।
ଇଣ୍ଡିଆନ୍‌ ପେନାଲ କୋଡ୍‌ର ଧାରା ୩୭୫ରେ ବଳାତ୍କାର ଆଇନ୍‌ରେ ଏକ ବିଶେଷ ବ୍ୟବସ୍ଥା ରହିଥିଲା। ଏହି ବ୍ୟବସ୍ଥା ଅନୁଯାୟୀ ଜଣେ ବ୍ୟକ୍ତି ତାଙ୍କର ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କଲେ ମଧ୍ୟ ଅପରାଧୀ ଶ୍ରେଣୀଭୁକ୍ତ ହେଉ ନଥିଲେ। ତେବେ ଏଭଳି ବିଶେଷ ବ୍ୟବସ୍ଥା ସମ୍ବିଧାନର ଅବମାନନା କରିବା ସହିତ ନାବାଳିକା ପତ୍ନୀମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି।

LEAVE A REPLY

Please enter your comment!
Please enter your name here