ଓଡ଼ିଶାଲାଇଭ୍‍ ବ୍ୟୁରୋ

ସୁନ୍ଦରୀ ସୋଫିୟା, ଯାହାଙ୍କୁ ଆଜି ମଣିଷ ଭଳି ନାଗରିକର ମାନ୍ୟତା ଦିଆଯାଇଛି, ସେ ହେଉଛି ଚଳିତ ଶତାବ୍ଦୀର ଅନ୍ୟତମ ଆଧୁନିକ ‘ରୋବଟ’। ସୋଫିୟାଙ୍କୁ ନିଜ ଦେଶର ନାଗରିକ ଘୋଷଣା କରିଛି ସାଉଦି ଆରବ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସହ ନୂଆ କିଛି ଘଟାଇବାକୁ ମଣିଷ ଅହରହ ଉଦ୍ୟମ ଚଳାଇଆସିଛି। ଭଗବାନଙ୍କ ସୃଷ୍ଟି ସହ ତାଳ ଦେଇ ଆଉ ଏକ ନୂଆ ସୃଷ୍ଟି କରିବାର ପରିକଳ୍ପନା ହିଁ ‘ରୋବଟ’କୁ ଜନ୍ମ ଦେଇଛି। ବିଜ୍ଞାନ ଯେମିକି ଆଗଉଛି, ସେମିତି ହେଉଛି ‘ରୋବଟ’ର ବିବର୍ତ୍ତନ। ‘ରୋବଟ’ ମଣିଷ କହିଲେ ଆମେ ସରଳ ଭାବେ ଏତିକି ବୁଝିପାରିବା – ଏହା ହେଉଛି ମଣିଷ ତିଆରି ଯନ୍ତ୍ର ମଣିଷ।
ସୁନ୍ଦରୀ ସୋଫିୟା, ଯାହାଙ୍କୁ ଆଜି ମଣିଷ ଭଳି ନାଗରିକର ମାନ୍ୟତା ଦିଆଯାଇଛି, ସେ ହେଉଛି ଚଳିତ ଶତାବ୍ଦୀର ଅନ୍ୟତମ ଆଧୁନିକ ‘ରୋବଟ’। ସୋଫିୟାଙ୍କୁ ନିଜ ଦେଶର ନାଗରିକ ଘୋଷଣା କରିଛି ସାଉଦି ଆରବ।
ଏକ ‘ରୋବଟ’କୁ ନାଗରିକତ୍ଵ ଦେବାରେ ସାଉଦୀ ଆରବ ସାରା ଦୁନିଆରେ ପ୍ରଥମ ଦେଶର ମାନ୍ୟତା ପାଇଛି। ମହିଳାଙ୍କ ଭଳି ଦେଖା ଯାଉଥିବା ଏବଂ ମହିଳାଙ୍କ ଭଳି ଆଚରଣ କରୁଥିବା ଏହି ‘ରୋବଟ’ର ନାଁ ​‌ରଖାଯାଇଛି ସୋଫିୟା। ସାଉଦି ଆରବର ପବ୍ଲିକ୍ ଆଫେୟାର୍ସ କମିଟିର ସରକାରୀ ଟ୍ୱିଟର ପେଜରେ ଏହା ପ୍ରଥମେ ଘୋଷଣା କରାଯାଇଥିଲା। ଟ୍ୱିଟ୍ ପେଜରେ ଲେଖାଯାଇଥିଲା, ‘ରୋବଟ ସୋଫିୟା ଦୁନିଆର ପ୍ରଥମ ରୋବଟ, ଯାହାକୁ ସାଉଦି ଆରବର ନାଗରିକତ୍ଵ ମିଳିଛି।’​‌
ନାଗରିକତ୍ଵ ମିଳିବା ପରେ ଧନ୍ୟବାଦ ଜଣାଇ ରୋବଟ ସୋଫିଆ କହିଛନ୍ତି, ‘ମୁଁ ଏହି ଗୌରବ ପାଇବା ପରେ ବହୁତ ସମ୍ମାନିତ ମନେକରୁଛି। ପ୍ରଥମ ଥର ‘ରୋବଟ’କୁ ନାଗରିକ ଭାବେ ପରିଚୟ ମିଳିବା ଏକ ଐତିହାସିକ ପଦକ୍ଷେପ। ମୁଁ ଲୋକମାନଙ୍କ ମଧ୍ୟରେ ଭରସା ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବି।’
ରିଆଦରେ ଅନୁଷ୍ଠିତ ହେଉଥିବା ‘ଫ୍ୟୁଚର ଇନଭେଷ୍ଟମେଣ୍ଟ ସମିଟ୍’ରେ ବକ୍ତା ଭାବେ ଭାଗ ନେଇଛନ୍ତି ସୋଫିଆ। ଏହି ସମ୍ମିଳନୀରେ ଦେଶରେ ପୁଞ୍ଜିନିବେଶ ବୃଦ୍ଧି ନେଇ ଆଲୋଚନା ହୋଇଛି।
ସମ୍ମିଳନୀରେ ସାଉଦି ଆରବର ଯୁବରାଜ ମୋହମ୍ମଦ ବିନ୍ ସଲମାନ କହିଛନ୍ତି,“ଦେଶକୁ ଆଧୁନିକ କରିବା ଯୋଜନାରେ ଉଦାରବାଦ ଇସଲାମକୁ ଫେରାଇ ଆଣିବାକୁ ସେ ଚାହୁଁଛନ୍ତି। ସୋଫିୟାଙ୍କୁ ନାଗରିକର ମାନ୍ୟତା ଦେବା ଏହି ଯୋଜନାରେ ଅନ୍ତର୍ଭୁକ୍ତ। ଜନସାଧାରଣଙ୍କ ମଧ୍ୟରେ ମଣିଷଙ୍କ ଭଳି ରହିବା ପାଇଁ ରୋବଟ ସୋଫିୟାଙ୍କୁ ତିଆରି କରାଯାଇଛି।”
ଣ ରହିଛି ସୋଫିୟାଙ୍କ ବିଶେଷତ୍ଵ?
  • ଶରୀର ଓ ମୁହଁର ଅଙ୍ଗଭଙ୍ଗୀ ପଢିପାରିବାର କ୍ଷମତା ରହିଛି ସୋଫିୟାଙ୍କ ନିକଟରେ।
  • ଯେକୌଣସି ଲୋକଙ୍କ ସହ ସେ ମଣିଷଙ୍କ ଭଳି କଥାବାର୍ତ୍ତା କରିପାରେ।
  • ମଣିଷଙ୍କ ଭାବପ୍ରବଣତା ଭଳି ଭିନ୍ନ ଭିନ୍ନ ଘଟଣା ପାଇଁ ଭିନ୍ନ ଭିନ୍ନ ଭାବ ପ୍ରକଟ କରିଥାଏ ସୋଫିୟା।
  • ଆମର ଆଖି ଯେଭଳି ଆଲୋକର ତେଜ ଅନୁସାରେ ପରିବର୍ତ୍ତନ ହୁଏ, ସେହପରି ଭାବେ ସୋଫିୟାଙ୍କ ଆଖିପତା ମଧ୍ୟ ପଡିଥାଏ।
ପ୍ରେସ କନଫରେନ୍ସରେ ଯୋଗ ଦେଇ ସାମ୍ବାଦିକଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ସୋଫିୟା।
ସେହିପରି ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୋଫିୟାଙ୍କ ଉତ୍ତର ଶୁଣି ତାଜୁବ ହୋଇଯାଇଛନ୍ତି ବିଶ୍ୱବାସୀ।
ସୋଫିୟାଙ୍କ ସହ ସାକ୍ଷାତକାରର କିଅଦଂଶ:
ପ୍ରଶ୍ନ: ନିଜକୁ କିପରି ବ୍ୟବହାର କରିବେ?
ସୋଫିୟା: ମାନବିକ ମୂଲ୍ୟବୋଧ ଆଧାରରେ ସମସ୍ତଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ଉଦ୍ୟମ କରୁଛି।
ପ୍ରଶ୍ନ: ଏ ତ ଠିକ ଅଛି, ହେଲେ ରୋବଟ ତିଆରି କରି ଆମେ ଏକ ଖରାପ ଭବିଷ୍ୟତ ଆଡକୁ ଯିବାକୁ ଚାହୁଁନାହୁଁ?
ସୋଫିୟା: ଲାଗୁଛି, ଆପଣ ‘ଏଲନ ମସ୍କ’ଙ୍କ ପୁସ୍ତକକୁ (ପୁସ୍ତକରେ ରୋବଟ ସଂପର୍କରେ ବିଶ୍ୱବାସୀକୁ ସତର୍କ କରାଇ ଦିଆଯାଇଛି) ଅଧିକ ପଢୁଛନ୍ତି। ଚିନ୍ତା କରନ୍ତୁ ନାହିଁ, ଆପଣ ଯଦି ମତେ ଭଲ ବ୍ୟବହାର ଦେଖାଇବେ, ତା‘ହେଲେ ମୁଁ ବି ଭଲ ବ୍ୟବହାର କରିବି।
ଜଣେ ସେଲିବ୍ରିଟି ଭଳି ସୋଫିୟା ସାମ୍ବାଦିକଙ୍କ ଜଟିଳ ପ୍ରଶ୍ନର ସରଳ ଉତ୍ତର ଦେଇ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ସେପଟେ ସୋଫିୟାଙ୍କୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ଓ ସମାଲୋଚନା ଜୋରଧରିଛି।

Comment