(ପୁଷ୍ପାରାଣୀ ପରିଡା)

୧. ଏକ ଚାମଚ କମଳା ଚୋପାର ଗୁଣ୍ଡକୁ ଏକ ଚାମଚ ମହୁରେ ମିଶାଇ ଭଲଭାବରେ ମୁହଁରେ ଲଗାନ୍ତୁ। ୧୫ ମିନିଟ ପରେ ଥଣ୍ଡା ପାଣିରେ ମୁହଁ ଧୋ‍ଇ ଦିଅନ୍ତୁ।

୨. ଏକ ଚାମଚ ଗ୍ଲିସେରିନ ସହିତ ଏକ ଚାମଚ ଗୋଲାପ ଜଳ ଓ ଏକ ଚାମଚ ଲେମ୍ବୁରସକୁ ଭଲ ଭାବରେ ମିଶାଇବେ। ଏହାକୁ ରାତିରେ ଶୋ‍ଇବା ପୂର୍ବରୁ ମୁହଁରେ ଲଗାଇ ସକାଳେ ଧୋ‍ଇବେ। ଏହାଦ୍ୱାରା ତ୍ୱଚା କୋମଳ ରହିବ।

୩. ଗୋଟିଏ ପାଚିଲା କଦଳି ଓ ଖଣ୍ଡେ ପାଚିଲା ଅମୃତଭଣ୍ଡାକୁ ଏକାଠି ଚକଟି ମୁହଁରେ ଲଗାଇଲେ ତ୍ୱଚାରେ ଚମକ ଆସିବା ସହିତ ତ୍ୱଚା ନରମ ରହିବ। ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ରଖି ଧୋ‍ଇଦେବେ।

୪. ଏକ ଚାହା ଚାମଚ ଗୋଲାପ ଜଳ ସହ ଏକ ଚାହା ଚାମଚ ମହୁକୁ ମିଶାଇ ୧୫ ମିନିଟ ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ମୁହଁକୁ ଧୋ‍ଇବେ। ଶୁଷ୍କ ତ୍ୱଚା ପାଇଁ ଏହା ଖୁବ୍‍ ଲାଭଦାୟକ।

Comment