ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ପହଞ୍ଚିଲା ସହିଦ୍‌ ଓଡ଼ିଆ ଯବାନ୍ ପ୍ରଦୀପ ପଣ୍ଡାଙ୍କ ମର ଶରୀର। ଦିଲ୍ଲୀରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସିଆର୍‌ପିଏଫ୍‌ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଗୃହ ବିଭାଗ ତରଫରୁ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ବୁଧବାର ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ଲିପିଲୋଇ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହେବ।

ରବିବାର ସକାଳେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ-ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ପ୍ରଦୀପ ପଣ୍ଡାଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦ୍‌ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ଅନୁକମ୍ପମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ସହିଦ୍‌ଙ୍କ ପତ୍ନୀଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଲିପିଲୋଇ ଗାଁରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଅନ୍ତିମ ସଂସ୍କାର। ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜଗାଙ୍ଗପୁରରୁ ଲିପିଲୋଇ ପର୍ଯ୍ୟନ୍ତ ମରାଯାଇଛି ପୋଷ୍ଟର ଓ ବ୍ୟାନର।

Comment