ଓଡ଼ିଶାଲାଇଭ୍‍ ବ୍ୟୁରୋ

ରାଜ୍ୟସଭାରେ ତିନ ତଲାକ୍ ବିଲ ଗୃହୀତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆଜି ମାତ୍ର ଗୋଟିଏ ଦିନ ସମୟ ରହିଛି। ବୁଧବାର ଦିନ ହଟ୍ଟଗୋଳ ଭିତରେ ରାଜ୍ୟସଭାରେ ଏହା ଉପସ୍ଥାପନ କରାଯାଇଥିଲା। ଯଦି ଗୁରୁବାର ସଂଧ୍ୟା ଭିତରେ ଏହା ପାସ ନ ହେଉଛି ଏହି ଅଧିବେଶନରେ ତାହା ଆଉ ସମ୍ଭବ ନୁହେଁ କାରଣ ଶୁକ୍ରବାର ଦିନ ସଂସଦର ଶୀତକାଳୀନ ଅଧିବେଶନର ଶେଷ ଦିନ।

ବିରୋଧୀ ଦଳମାନେ ସ୍ପଷ୍ଟ ଶୁଣେଇଛନ୍ତି ଯେ ଏହି ବିଲରେ ଅନେକଗୁଡିଏ ଦୁର୍ବଳତା ରହିଛି ଓ ସେଗୁଡିକୁ ଦୂର କରିବା ପାଇଁ ସରକାର ବାଧ୍ୟ। ବିଲ୍‌କୁ ନେଇ ଆଉ ଗୋଟିଏ ସମ୍ଭାବନା ରହିଛି ଓ ତାହା ହେଲା ବିଲକୁ ଏକ ସିଲେକ୍ଟ କମିଟିକୁ ପଠାଯିବ। ଏଣୁ ଯାହା ଦେଖାଯାଉଛି ଶୀତ ଅଧିବେଶନରେ ତିନ ତଲାକ୍ ବିଲକୁ ଆଇନରେ ପରିଣତ କରିବା ପାଇଁ ସରକାରଙ୍କର ଯେଉଁ ଉଦ୍ଦେଶ୍ୟ ଥିଲା ତାହା ପୂରଣ ହେବ ନାହିଁ।

ଏହି ବିଲ୍‌ ସିଲେକ୍ଟ କମିଟିକୁ ଯିବ କି ନାହିଁ ସେ ନେଇ ସରକାରୀ ଓ ବିରୋଧୀ ଦଳ ଭିତରେ ବୁଧବାର ଦିନ ଭୀଷଣ ଯୁକ୍ତିତର୍କ ହୋଇଥିଲା। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିଲକୁ ଅଟକାଇବା ପାଇଁ ବିରୋଧୀ ଦଳର ଏହା ଏକ ଚାଲ। ବିପକ୍ଷ କହୁଛନ୍ତି ଯେଉଁ ସବୁ ସମସ୍ୟା ବିଲ୍‌ରେ ରହିଛି ତାହାକୁ ଦୂର କରିବା ପାଇଁ ସରକାର ଚାହୁଁନାହାନ୍ତି। କଂଗ୍ରେସ ଓ ବିଜେଡି ସମେତ ୧୭ଟି ଦଳ ଚାହୁଁଛନ୍ତି ବିଲ ସିଲେକ୍ଟ କମିଟିକୁ ଯିବା ଦରକାର।

Comment