ମୃଣାଳ ଚାଟ୍ଟାର୍ଜୀ

ନଖରେ ଛିଡ଼ିବା କଥାକେ ତରୁଓ୍ୱାଲ ବ୍ୟବହାର କଲେ ପରବର୍ତ୍ତୀ ସବୁ ସମୟରେ ତରୁଓ୍ୱାଲ ସେଇ କାରଣରେ ବ୍ୟହହୃତ ହେବା ତରୁଓ୍ୱାଲର ମୂଳ କାମଟି ଆଉ ସେ ଠିକ୍ ଭାବରେ କରି ପାରିବନି ବା ଲୋକେ କରେଇ ଦେବେନିା

ସବୁ ତଦନ୍ତ ଯଦି ସିବିଇ କରିବ ତାହେଲେ ପୋଲିସ ବିଭାଗ ରହିଛି କାହିଁକି? ଆମ ଲୋକ ତାକୁ ବୁଝିବାକୁ ନାରାଜା ଯାହା ହେଲେ ସିବିଆଇ ତଦନ୍ତ କରୁ। ଏମିତି ଦାବି ଫଳରେ ଧାରଣା ହେଲାଣି ପୋଲିସ ବିଭାଗ ନିକମ୍ମା। ସେମାନଙ୍କୁ ତଦନ୍ତ କରି ଆସେନି। ଏପରି ଧାରଣା ପ୍ରଶାସନ ପାଇଁ ଆଦୌ ଠିକ୍‌ ନୁହେଁ।

ଗ୍ରାମାଞ୍ଚଳରେ ତ ନିଶ୍ଚୟ ଏପରିକି ଯେକୌଣସି ଜିଲ୍ଲାସ୍ତରୀୟ ସରକାରୀ ହାସପାତାଳକୁ ରୋଗୀ ଧରି ଯାଆନ୍ତୁ। ଶୁଣିବେ: ଏଠି ଏ ଚିକିତ୍ସା ହୋଇ ପାରିବନିା ଆପଣ କଟକ ଭୁବନେଶ୍ୱର ନେଇ ଯାଆନ୍ତୁ। ଏହାର କାରଣ ଯଦି ଆପଣ ଡାକ୍ତରଙ୍କୁ ପଚାରିବେ, ସେମାନେ କହିବେ: କିଏ ଆମର ଝାମେଲା ମୁଣ୍ଡେଇବ? ରୋଗୀର କଣ ହୋଇଗଲେ ନାନା ଝାମେଲା। ବଡ଼ ହାସପାତାଳକୁ ପଠେଇ ଦେଲେ ଯାଏ। ଛୋଟ ହାସପାତାଳର ଡାକ୍ତରମାନେ ଏପରି କହିବାର ବାର କାରଣ ଥାଇପାରେ ହେଲେ ପାଇକାରୀ ରେଟରେ ଏମିତି ହେବା ଫଳରେ ବଡ଼ ଡାକ୍ତରଖାନା ଉପରେ ଅସମ୍ଭବ ଚାପ ବଢ଼ୁଛି। ଏବଂ ସେଠି ବି ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ଦିଆଯାଇ ପାରୁନାହିଁ। ଏ ଅବସ୍ଥାରେ ବେସରକାରୀ ସଂସ୍ଥା ସେମାନଙ୍କ ବେପାର ଜମେଇ ଦେଉଛନ୍ତି।

ସରକାରୀ ସଂସ୍ଥାରେ ଚିକିତ୍ସା ହୋଇ ପାରିବନି, ଆମେ ଯୋଗେଇ ଦେବୁ ବୋଲି କହି ରୋଗୀମାନଙ୍କୁ ଭର୍ତ୍ତି କରି ନେଉଛନ୍ତି ଏବଂ ତାପରେ ଶୋଷଣ କରୁଛନ୍ତି। କେଉଁ କେଉଁ ବାଟରେ ଶୋଷଣ କରାଯାଏ, ତାହା ଭୁକ୍ତଭୋଗୀ ଜାଣିଛନ୍ତି। ଅନ୍ୟ କେତେବେଳେ ଏ ବିଷୟରେ ବିସ୍ତାରରେ କହିବି।

ସମାନ କଥା ସରକାରୀ ଶିକ୍ଷାରେ ହୋଇଛି। ଯେହେତୁ ସରକାରୀ ସ୍କୁଲ ଓ କଲେଜରେ ପାଠ ପଢ଼ାହୁଏନି ବୋଲି ଗୋଟେ ଧାରଣା ହୋଇଛି ବା କରେଇ ଦିଆଯାଉଛି ସେହେତୁ ବେସରକାରୀ ସ୍କୁଲ କଲେଜର ବେପାର ଭଲ ଚାଲିଛି। ସେମାନଙ୍କ ବେପାରର ମୂଳ ପୁଞ୍ଜି ହେଲା ଦୁଇଟି: ଲୋକମାନଙ୍କ ଧାରଣା ଯେ ସରକାରୀ ସ୍କୁଲ ପ୍ରତି ଅବିଶ୍ୱାସା ଏବଂ ତାର ବିକଳ୍ପ ଭାବେ ସେମାନେ ନିଜକୁ ଉପସ୍ଥାପନ କରୁଛନ୍ତି। ଲୋକେ ଶିକ୍ଷା ଓ ସ୍ୱାସ୍ଥ୍ୟରେ କୌଣସି ପ୍ରକାର ସାଲିସ କରିବାକୁ ଚାହାନ୍ତିନି। ସେଥିପାଇଁ ଯେତେ ଦରକାର ଟଙ୍କା ଖର୍ଚ୍ଚ କରିବାକୁ ସେମାନେ ପ୍ରସ୍ତୁତା

ଲକ୍ଷ୍ୟ କରିବେ ଏ ଦୁଇଟି କ୍ଷେତ୍ରରେ ସରକାରୀ କ୍ଷେତ୍ରରେ ତଳସ୍ତରରେ ଦାୟିତ୍ୱ ନ ନେବାରୁ କ୍ରମଶଃ ଲୋକଙ୍କ ବିଶ୍ୱାସ କମ ହୋଇଗଲା। ଏବଂ କ୍ରମଶଃ ଏ ଦୁଇଟି କ୍ଷେତ୍ରରେ ବାଣିଜ୍ୟିକ ସଂସ୍ଥାମାନେ ନିଜ କାୟା ବିସ୍ତାର କରିବାରେ ଲାଗିଲେଣି।

ଶିକ୍ଷା ଏବଂ ସ୍ୱାସ୍ଥ୍ୟ- ଏ ଦୁଇଟି ହେଲା ଯେ କୌଣସି ସମାଜର ଉନ୍ନତିର ନିଅଁ। ସ୍ୱାସ୍ଥ୍ୟ ଓ ଶିକ୍ଷା ବିଗିଡ଼ିଗଲେ କୌଣସି ଦେଶ, କୌଣସି ଜାତି ଉପରକୁ ଉଠି ପାରିବନି। ତେଣୁ ଏ ଦୁଇଟି କ୍ଷେତ୍ରକୁ ସରକାର ଅଧିକ ଗୁରୁତ୍ୱ ଦେବାକଥା। ଦୁର୍ଭାଗ୍ୟଜନକ ଭାବେ ଓଡ଼ିଶାରେ ଅନ୍ତତ ତାହା କରାଯାଉ ଥିଲା ପରି ମନେ ହେଉନାହିଁ।

ନୀତିବାଣୀ

ପିଲାବେଳେ ଆମକୁ ବହୁତ ନୀତି ବାଣୀ ଶୁଣିବାକୁ ପଡ଼ିଥିଲା। ବାପାମା’, ଗୁରୁଜନ, ସ୍କୁଲରେ ଶିକ୍ଷାରେ ସମସ୍ତେ ନୀତିବାଣୀ ଶୁଣଉଥିଲୋ ଗପରେ ବି ନୀତିବାଣୀ। ସମସ୍ତ ମହାପୁରୁଷ ଦୁନିଆରେ ସମସ୍ତଙ୍କୁ ଏତେ ନୀତିବାଣୀ କାହିଁକି ଶୁଣାନ୍ତି କେଜାଣି! ପରୀକ୍ଷା ଦେଲାବେଳକୁ ଭାରି ଅଡ଼ୁଆ। ସରଳାର୍ଥ ଲେଖିଲା ବେଳେକୁ ମନେପଡ଼ୁନି କଥାଟା କେଉଁ ମହାପୁରୁଷ କହିଥିଲ। ଗାନ୍ଧି କହିଥିଲେ ନା ଗୋପବନ୍ଧୁ। ପ୍ଲାଟୋ କହିଥିଲେ ନା ଆରିଷ୍ଟଟଲ୍।

ମୁଁ ଦେଖିଛି ନୀତିବାଣୀ ମହାପୁରୁଷମାନେ କହିଲେ ହିଁ ସାଜେ। ଆମେ କହିଲେ ସେଗୁଡ଼ାକ ଫୁସ୍‌କି ଯାଏ।

ଭିଡ଼ର ବିପକ୍ଷରେ ଯିଏ ଯାଏ ସେ ହେଲା ପ୍ରକୃତ ସାହସୀ ଲୋକ। ସେ ଜୀବନରେ ଉନ୍ନତିର ଶିଖରକୁ ଉଠିବ। ବାକି ସମସ୍ତେ ତ ମେଣ୍ଢା।

ନା ଅନ୍ୟ କେହି ମହାପୁରୁଷ ନୁହନ୍ତି। ମୁଁ ଏକଥା କହିଲି। ହେଲେ ପାଜିଟ୍ରାଫିକ ପୋଲିସ କ’ଣ ମୋ କଥାକୁ ଶୁଣିଲା? ଓ୍ୱାନ୍ ୱେରେ ଓଲଟା ଯାଉଥିବାରୁ ମୋତେ ଫାଇନ୍ କରିଦେଲା।

ଚେଞ୍ଜ୍ ମାଗନିା ଚେଞ୍ଜ୍ ଆଣ। ନା ଗାନ୍ଧି ନୁହନ୍ତିା ଏକଥା କହିଲା ଟାଉନ୍ ବସର କଣ୍ଡକ୍ଟର।

ଦୀପ

ଲିଭିଯାଇଥିବା ଦୀପକୁ ସମ୍ମାନର ସହିତ ଗୋଟାଅ, ବନ୍ଧୁ

ଇଏ କାଲି ଅମାବସ୍ୟା ଅନ୍ଧାରରେ ଆମକୁ ଆଲୁଅ ଦେଇଥିଲା।

ଆଉ କାହାକୁ ଜଳେଇ ଖୁସୀ ହେବା ତ ଭିନ୍ନ କଥା,

ଇଏ ତ ନିଜକୁ ଜଳେଇ ଆମକୁ ଆନନ୍ଦ ଦେଇଥିଲା।

(ସୌଜନ୍ୟ – କଥାରେ କଥାରେ ମୃଣାଳ)

Comment