ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ପୃଥକ୍ ପୃଥକ୍ ଘଟଣାକୁ ନେଇ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବେଳେ ବିଜେପି ରାଜ୍ୟପାଳଙ୍କୁ ଭେଟିଛି।

ବିଜେପୁର ଉପ-ନିର୍ବାଚନକୁ ନେଇ ତେଜିଛି ରାଜ୍ୟ ରାଜନୀତି। ସୋସିଆଲ ମିଡିଆର ଏକ ଭିଡିଓକୁ ନେଇ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ବିଜେପି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ବିଜେଡିର ପତାକା ଓ ଚିହ୍ନ ରହିଥିବା ଅଭିଯୋଗ କରିଛି ବିଜେଡି। ଏହି ଭିଡିଓ ଆଦର୍ଶ ଅଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେଡି ଅଭିଯୋଗ କରିଛି। ଏଣୁ ଏହି ଭିଡଓ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି।

ସମାନ ଅଭିଯୋଗକୁ ନେଇ ବିଜେଡି ପୋଲିସ ଡିଜିଙ୍କୁ ମଧ୍ୟ ଭେଟିଛି। ବିଧାୟକ ପ୍ରିୟଦର୍ଶି ମିଶ୍ର, ବିଧାୟକ ବିଜୟ ମହାନ୍ତି ଏବଂ ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଦାବି କରିଛନ୍ତି।

ଏପଟେ ବିଜେପି ବି ପଛରେ ପଡ଼ିନି। ନବ କୁମାର ନାୟକଙ୍କୁ ରାଜ୍ୟ ନିର୍ବାଚନ କମିସନ ଭାବେ ନିଯୁକ୍ତ କରାଯାଇଥିବାରୁ ଏହାର ପ୍ରତିବାଦ କରିଛି ବିଜେପି। ବିଜେପି ଉପ-ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମୀରଙ୍କୁ ଭେଟି ସ୍ମାରକପତ୍ର ଦେଇଛି। ୨୦୧୯ ପୌର ନିର୍ବାଚନକୁ ଆଖିରେ ରଖି ଏହି ନିଯୁକ୍ତି କରାଯାଇଥିବା ବିଜେପି ଅଭିଯୋଗ କରିଛି।

LEAVE A REPLY

Please enter your comment!
Please enter your name here